ରାଜ୍ୟସଭାରେ ଧନଖଡ଼-ଖଡ଼ଗେ ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ହୋଇଛି। କଂଗ୍ରେସ ନେତା ପ୍ରମୋଦ ତିୱାରୀ ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନରେ ଅଂଶଗ୍ରହଶ କଲାବେଳେ ତାଙ୍କର କିଛି ଟିପ୍ପଣୀକୁ କାଟିବାପାଇଁ ଧନଖଡ଼ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ତିୱାରୀ ଯେଉଁ ଦାବି କରିଛନ୍ତି ତାହା ସେ ପ୍ରମାଣ କରିଦେବେ। ତେବେ ଧନଖଡ଼ […]

Samaya Live Picture
Published On

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ହୋଇଛି। କଂଗ୍ରେସ ନେତା ପ୍ରମୋଦ ତିୱାରୀ ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନରେ ଅଂଶଗ୍ରହଶ କଲାବେଳେ ତାଙ୍କର କିଛି ଟିପ୍ପଣୀକୁ କାଟିବାପାଇଁ ଧନଖଡ଼ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ତିୱାରୀ ଯେଉଁ ଦାବି କରିଛନ୍ତି ତାହା ସେ ପ୍ରମାଣ କରିଦେବେ। ତେବେ ଧନଖଡ଼ ଏହି ସମୟରେ ଜୟରାମଙ୍କ ପ୍ରଶଂସା କରି ଖଡ଼ଗେଙ୍କୁ କଟାକ୍ଷ କଲାଭଳି ଟିପ୍ପଣୀ ଦେଇଥିଲେ। ଧନଖଡ଼ ଜୟରାମଙ୍କୁ କହିଥିଲେ,‘ ମୁଁ ଭାବୁଛି ଆପଣ ଖଡ଼ଗେଙ୍କ ସ୍ଥାନ ନେବା ଉଚିତ। ଆପଣ ଏତେ ବିଜ୍ଞ ଏବଂ ଜ୍ଞାନୀ। ଖଡ଼ଗେଙ୍କ ସ୍ଥାନକୁ ଆପଣ ତୁରନ୍ତ ଆସିବା ଉଚିତ।’ ତେବେ ଧନଖଡ଼ଙ୍କୁ କଡ଼ା ଜବାବ ଦେଇ ଖଡ଼ଗେ କହିଥିଲେ, ‘ଏଠାକୁ ବର୍ଣ୍ଣ ପ୍ରସଙ୍ଗ ଆଣନାହିଁ। ବର୍ଣ୍ଣଭେଦ ଏବେ ବି ଆପଣଙ୍କ ମୁଣ୍ଡରେ ଅଛି। ସେଥିପାଇଁ ଆପଣ କହୁଛନ୍ତି ରମେଶ ଜ୍ଞାନୀ ଏବଂ ଦଳିତ ସମ୍ପ୍ରଦାୟରୁ ଆସିଥିବା ଖଡ଼ଗେଙ୍କ ସ୍ଥାନ ସେ ନେବା ଉଚିତ। ତେବେ ଧନଖଡ଼ ସଙ୍ଗେସଙ୍ଗେ ଏହାର ଜବାବ ଦେଇ କହିଥିଲେ, ଖଡ଼ଗେ ତାଙ୍କ କଥା ବୁଝିପାରୁନାହାନ୍ତି ଏବଂ ଅଯଥାରେ ତାଙ୍କ କଥାର ଭୁଲ୍ ଅର୍ଥ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ଖଡ଼ଗେ କହିଥିଲେ, ଆଜି ସେ ଯାହା ହୋଇଛନ୍ତି ତାହା କେବଳ ସୋନିଆ ଗାନ୍ଧୀଙ୍କ ପାଇଁ। କ୍ଷମତା କେବଳ ସୋନିଆଙ୍କ ପାଖରେ ଅଛି। ଧନଖଡ଼ କିମ୍ବା ଜୟରାମ ରମେଶଙ୍କ ପାଖରେ ନାହିଁ ବୋଲି ସେ କହିଥିଲେ। ଧନଖଡ଼ ଏହାର ଜବାବ ଦେଇ ଖଡ଼ଗେଙ୍କୁ କହିଥିଲେ ଆପଣ ବାରମ୍ବାର ଏଭଳି ଭାବେ ଆସନକୁ ଅସମ୍ମାନ କରିପାରିବେ ନାହିଁ। ଆପଣ ହଠାତ ଆସନରୁ ଉଠି ଠିଆ ହେଉଛନ୍ତି ଏବଂ ମନ ଇଚ୍ଛା ଯାହା ପାରୁଛନ୍ତି କହୁଛନ୍ତି। ଦେଶର ଇତିହାସରେ ଏବଂ ସଂସଦୀୟ ଗଣତନ୍ତ୍ର ଓ ରାଜ୍ୟସଭା କାର୍ଯ୍ୟକ୍ରମ‌ରେ ଏଭଳି କେବେ ହୋଇନାହିଁ। ଆପଣଙ୍କ ସମ୍ମାନ ଉପରେ ବାରମ୍ବାର ଆକ୍ରମଣ ହୋଇଛି ଏବଂ ମୁଁ ଆପଣଙ୍କ ସମ୍ମାନ ରକ୍ଷା ପାଇଁ ବାରମ୍ବାର ଚେଷ୍ଟା କରିଛି।

Tags: