ରାଜ୍ୟସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ଆସିଥିବା ମହିଳା ସଂରକ୍ଷଣ ବିଲ୍‌ ଗତକାଲି ଲୋକସଭାରେ ଗୃହୀ୍ତ ହେବାପରେ ଆଜି ରାଜ୍ୟସଭାରେ ବିଲ୍‌ ଆଗତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ରାଜ୍ୟସଭାରେ ଏହି ବିଲ୍‌ ଆଗତ କରିଛନ୍ତି। ରାଜ୍ୟସଭାରେ ଏହି ବିଲ୍‌ ଉପରେ ସାଢ଼େ ୭ ଘଣ୍ଟା ଆଲୋଚନା ହେବ। ବିଲ୍‌ ଗୃହୀତ ହେବାପରେ ରାଜ୍ୟ ବିଧାନସଭାରେ ମଧ୍ୟ ଏଥିପାଇଁ ସ୍ବୀକୃତି ଆବଶ୍ୟକ। ସୀମା ପୁନଃନିର୍ଦ୍ଧାରଣ ଏବଂ ଜନଗଣନା‌ ଶେଷ […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ଆସିଥିବା ମହିଳା ସଂରକ୍ଷଣ ବିଲ୍‌ ଗତକାଲି ଲୋକସଭାରେ ଗୃହୀ୍ତ ହେବାପରେ ଆଜି ରାଜ୍ୟସଭାରେ ବିଲ୍‌ ଆଗତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ରାଜ୍ୟସଭାରେ ଏହି ବିଲ୍‌ ଆଗତ କରିଛନ୍ତି। ରାଜ୍ୟସଭାରେ ଏହି ବିଲ୍‌ ଉପରେ ସାଢ଼େ ୭ ଘଣ୍ଟା ଆଲୋଚନା ହେବ। ବିଲ୍‌ ଗୃହୀତ ହେବାପରେ ରାଜ୍ୟ ବିଧାନସଭାରେ ମଧ୍ୟ ଏଥିପାଇଁ ସ୍ବୀକୃତି ଆବଶ୍ୟକ। ସୀମା ପୁନଃନିର୍ଦ୍ଧାରଣ ଏବଂ ଜନଗଣନା‌ ଶେଷ ହେବାପରେ ଏହା କାର୍ଯ୍ୟକାରୀ ହେବ। ୧୯୯୬ ପରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରିବାପାଇଁ ଏହା ହେଉଛି ସପ୍ତମ ଉଦ୍ୟମ। ଗତକାଲି ଲୋକସଭାରେ ଏହି ବିଲ୍‌ ସପକ୍ଷରେ ୪୫୪ ଭୋଟ୍‌ ମିଳିଥିଲା ଏବଂ ବିରୋଧରେ ୨ଟି ଭୋଟ୍‌ ମିଳିଥିଲା। ନାରୀ ଶକ୍ତି ବନ୍ଦନ ଅଧିନୀୟମ ନାମକ ଏହି ବିଲ୍‌ କାର୍ଯ୍ୟକାରୀ ହେବାପାଇଁ ସମୟ ଲାଗିବ।

Tags: