ରାଜ୍ୟସଭାରୁ ଆପ୍‌ ସାଂସଦ ସଂଜୟ ସିଂହ ନିଲମ୍ବିତ

ନୂଆଦିଲ୍ଲୀ : ଆପ୍‌ ସାଂସଦ ସଂଜୟ ସିଂହ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ବି‌ରୋଧୀ ସଦସ୍ୟମାନେ ଲଗାତାର ତୃତୀୟ ଦିନରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଆପ୍‌ ସାଂସଦ ସଂଜୟ ସିଂହ ଆଜି ଗୃହର ମଧ୍ୟଭାଗକୁ ଯାଇ ମଣିପୁର ହିଂସା ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ସିଂହଙ୍କୁ ବାରମ୍ବାର ତାଙ୍କ ଆସନକୁ ଯିବାପାଇଁ କହିଥିଲେ ସୁଦ୍ଧା ସେ ଶୁଣିନଥିଲେ। ତେଣୁ ତାଙ୍କୁ ଅଧିବେଶନର ବାକି […]

Samaya Live Picture
Published On

ନୂଆଦିଲ୍ଲୀ : ଆପ୍‌ ସାଂସଦ ସଂଜୟ ସିଂହ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ବି‌ରୋଧୀ ସଦସ୍ୟମାନେ ଲଗାତାର ତୃତୀୟ ଦିନରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଆପ୍‌ ସାଂସଦ ସଂଜୟ ସିଂହ ଆଜି ଗୃହର ମଧ୍ୟଭାଗକୁ ଯାଇ ମଣିପୁର ହିଂସା ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ସିଂହଙ୍କୁ ବାରମ୍ବାର ତାଙ୍କ ଆସନକୁ ଯିବାପାଇଁ କହିଥିଲେ ସୁଦ୍ଧା ସେ ଶୁଣିନଥିଲେ। ତେଣୁ ତାଙ୍କୁ ଅଧିବେଶନର ବାକି ସମୟ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇ ଘଣ୍ଟାଏ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ରାଜ୍ୟସଭା ଅଧ୍ୟକ୍ଷ ପ୍ରଶ୍ନ କାଳ ଆରମ୍ଭ କରିବାପାଇଁ ଅନୁମତି ଦେଇଥିଲେ। ଏହି ସମୟରେ ଅନେକ ବିରୋଧୀ ସାଂସଦ ମଣିପୁର ପ୍ରସଙ୍ଗରେ ଦୀର୍ଘ ସମୟର ଆଲୋଚନା ପାଇଁ ଦାବି ରକିଥିଲେ ଏବଂ ଏନେଇ ସେମାନେ ଏକ ନୋଟିସ ଦାଖଲ କରିବାକଥା କହିଥିଲେ। ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହକୁ ଆସିବା କଥା ଉଠାଇଥିଲେ। ତେବେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ତାଙ୍କ ମନ୍ତ୍ରାଳୟ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଉଥିବାବେଳେ ହଠାତ ଆପ୍‌ ସାଂସଦ ସଂଜୟ ସିଂହ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ସିଂହ ପ୍ରଶ୍ନକାଳକୁ ବିରୋଧ କରିଥିଲେ ଏବଂ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଏହାପରେ ରାଜ୍ୟସଭାରେ ଗୃହର ନେତା ପୀୟୂଷ ଗୋୟଲ କହିଥିଲେ ସିଂହଙ୍କ କାର୍ଯ୍ୟ ଗୃହର ଶୃଙ୍ଖଳା ଭଙ୍ଗ କରିଛି ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ କହିଥିଲେ। ଏହାପରେ ଧନଖଡ଼ ସିଂହଙ୍କ ନିଲମ୍ବନ ଘୋଷଣା କରିଥିଲେ।

Tags: