ରାଜ୍ୟପାଳଙ୍କ ଉପ‌‌ରେ ବର୍ଷିଲେ ଷ୍ଟାଲିନ, ‘ମୋ ପରାମର୍ଶ ବିନା ମୋ ମନ୍ତ୍ରୀଙ୍କୁ ବରଖାସ୍ତ କରିପାରିବନି’

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗତ କିଛିଦିନ ତଳେ ଗିରଫ ହୋଇଥିବା ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗତ ଗୁରୁବାର ରାଜ୍ୟପାଳ ଆର୍‌ ଏନ୍‌ ରବି ରାଜ୍ୟ କ୍ୟାବିନେଟ୍‌ରୁ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କ ଆଦେଶନାମା ପଠାଇଥିଲେ। ତେବେ ଏହି ମାମଲାରେ କେନ୍ଦ୍ରର ହସ୍ତକ୍ଷେପ ପରେ ରାଜ୍ୟପାଳ ସେହିଦିନ ହିଁ ଏହି ପ୍ରସ୍ତାବକୁ ଅଟକାଇବା ସହ ମାମଲାରେ ଏଟର୍ଣ୍ଣି ଜେନେରାଲଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗତ କିଛିଦିନ ତଳେ ଗିରଫ ହୋଇଥିବା ତାମିଲନାଡ଼ୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗତ ଗୁରୁବାର ରାଜ୍ୟପାଳ ଆର୍‌ ଏନ୍‌ ରବି ରାଜ୍ୟ କ୍ୟାବିନେଟ୍‌ରୁ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କ ଆଦେଶନାମା ପଠାଇଥିଲେ। ତେବେ ଏହି ମାମଲାରେ କେନ୍ଦ୍ରର ହସ୍ତକ୍ଷେପ ପରେ ରାଜ୍ୟପାଳ ସେହିଦିନ ହିଁ ଏହି ପ୍ରସ୍ତାବକୁ ଅଟକାଇବା ସହ ମାମଲାରେ ଏଟର୍ଣ୍ଣି ଜେନେରାଲଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ଏହି ମାମଲାରେ ରାଜ୍ୟପାଳଙ୍କୁ ଏକ ପତ୍ର ଲେଖି ସେନ୍ଥିଲଙ୍କୁ ବରଖାସ୍ତ କରିବା ସଂକ୍ରାନ୍ତ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଷ୍ଟାଲିନ ରାଜ୍ୟପାଳଙ୍କୁ କହିଛନ୍ତି, ମୋର ବିନା ପରାମର୍ଶରେ ମୋର ମନ୍ତ୍ରୀଙ୍କୁ ଆପଣ ବହିଷ୍କାର କରିପାରିବେ ନାହିଁ। ଏହା ଆପଣଙ୍କ ଅଧିକାର ପରିସରଭୁକ୍ତ ନୁହେଁ। ମୋ ସହିତ କୌଣସି ଆଲୋଚନା ନକରି ଏକଚାଟିଆ ଭାବେ ଜଣେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ସଂକ୍ରାନ୍ତ ଆପଣଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଏହା ପ୍ରଚଳିତ ନିୟମର ଉଲ୍ଲଂଘନ ବୋଲି ସେ କହିଛନ୍ତି। ଷ୍ଟାଲିନ ରାଜ୍ୟପାଳଙ୍କୁ କହିଛନ୍ତି, ଆପଣ କୌଣସି ଆଇନଗତ ଦିଗକୁ ଭୃକ୍ଷେପ ନକରି ଏବଂ ଏଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ନନେଇ ଅତ୍ୟନ୍ତ ବେପରୁଆ ଭାବେ ନିଷ୍ପତ୍ତି ନେଇଥିଲେ। ଏଭଳି କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ ଏବଂ ଏହା ସାମ୍ବିଧାନିକ ବ୍ୟବସ୍ଥାର ଅବମାନନା ବୋଲି ଷ୍ଟାଲିନ କହିଛନ୍ତି।

Tags: