ରାଜୌରୀ ମୃତ୍ୟୁର କାରଣ ବିଷ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ମାସକ ମଧ୍ୟରେ ୧୭ ଜଣଙ୍କ ଜୀବନ ନେଇଥିବା ରହସ୍ୟମୟ ରୋଗର କାରଣ ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ଏନେଇ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କୌଣସି ଜୀବାଣୁ ବା ଭୂତାଣୁ ଜନିତ ରୋଗ ହେତୁ ମୃତ୍ୟୁ ହୋଇ ନାହିଁ। ଅଜଣା ବିଷାକ୍ତ ପଦାର୍ଥ ମୃତ୍ୟୁର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଲକ୍ଷ୍ନୌ ସ୍ଥିତ ସିଏସ୍ଆଇଆର୍ ଲ୍ୟାବ୍ ଦ୍ୱାରା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, […]

Samaya Live Picture
Published On

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ମାସକ ମଧ୍ୟରେ ୧୭ ଜଣଙ୍କ ଜୀବନ ନେଇଥିବା ରହସ୍ୟମୟ ରୋଗର କାରଣ ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ଏନେଇ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କୌଣସି ଜୀବାଣୁ ବା ଭୂତାଣୁ ଜନିତ ରୋଗ ହେତୁ ମୃତ୍ୟୁ ହୋଇ ନାହିଁ। ଅଜଣା ବିଷାକ୍ତ ପଦାର୍ଥ ମୃତ୍ୟୁର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଲକ୍ଷ୍ନୌ ସ୍ଥିତ ସିଏସ୍ଆଇଆର୍ ଲ୍ୟାବ୍ ଦ୍ୱାରା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଏହା କୌଣସି ସଂକ୍ରମଣ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ପ୍ରକୃତିର ନୁହେଁ। ବିଷାକ୍ତ ପଦାର୍ଥ ମିଳିଛି। ଏବେ ଏହା କେଉଁ ପ୍ରକାରର ବିଷାକ୍ତ ପଦାର୍ଥ ତାହାର ତଦନ୍ତ ଚାଲିଛି। ଯଦି କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହୁଏ ତେବେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୭ରୁ ଜାନୁଆରି ୧୯ ମଧ୍ୟରେ ରାଜୌରୀର ଦୁର୍ଗମ ବଧାଲ ଗାଁର ତିନୋଟି ପରିବାରରେ ଏହି ମୃତ୍ୟୁ ଘଟିଥିବାରୁ କର୍ତ୍ତୃପକ୍ଷ ବୁଧବାର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ସରକାରୀ ଓ ବେସରକାରୀ ସମାବେଶ ଉପରେ କଟକଣା ଜାରି କରାଯାଇଛି। ମୃତ ପରିବାରର ନିକଟ ସମ୍ପର୍କୀୟଙ୍କ ସମେତ ଆଉ ୪ ଜଣ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏହି ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃମନ୍ତ୍ରଣାଳୟ ଟିମ୍ ଗଠନ କରିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଙ୍ଗଳବାର ପ୍ରଭାବିତ ଗାଁକୁ ଯାଇ ବାସିନ୍ଦାଙ୍କୁ ଭେଟି କଥା ହୋଇଛନ୍ତି।

Tags: