ରାଜୌରୀରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରାଜୌରୀରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ରାଜୌରୀ ଜିଲ୍ଲାର କନ୍ଦି ଜଙ୍ଗଲରେ ଶନିବାର ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଗତକାଲି କନ୍ଦି ଜଙ୍ଗଲରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୫ ଯବାନ ସହିଦ ହେବାପରେ ସେନା, କାଶ୍ମୀର ପୁଲିସ ଏବଂ ସିଆରପିଏଫ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରାଜୌରୀରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ରାଜୌରୀ ଜିଲ୍ଲାର କନ୍ଦି ଜଙ୍ଗଲରେ ଶନିବାର ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଗତକାଲି କନ୍ଦି ଜଙ୍ଗଲରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୫ ଯବାନ ସହିଦ ହେବାପରେ ସେନା, କାଶ୍ମୀର ପୁଲିସ ଏବଂ ସିଆରପିଏଫ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଅପରେସନ ଏବେ ବି ଜାରି ରହିଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ରାଜୌରୀ ଗସ୍ତ କରିବେ ଏବଂ ରାଜନାଥଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ରାଜୌରୀ ଗସ୍ତ କରିବେ।

Tags: