ରାଜୌରୀରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୫ ଯବାନ ସହିଦ

ଶ୍ରୀନଗର : କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଜଣେ ଅଫିସରଙ୍କ ସମେତ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ କାଶ୍ମୀରରେ ଏହା ତୃତୀୟ ଘଟଣା। ରାଜୌରୀ ସେକ୍ଟରର କନ୍ଦି ଜଙ୍ଗଲରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ଆଜି ଭାରତୀୟ ସୁରକ୍ଷାବାହିନୀ ଦ୍ବାରା ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା। […]

Samaya Live Picture
Published On

ଶ୍ରୀନଗର : କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଜଣେ ଅଫିସରଙ୍କ ସମେତ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ କାଶ୍ମୀରରେ ଏହା ତୃତୀୟ ଘଟଣା। ରାଜୌରୀ ସେକ୍ଟରର କନ୍ଦି ଜଙ୍ଗଲରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ଆଜି ଭାରତୀୟ ସୁରକ୍ଷାବାହିନୀ ଦ୍ବାରା ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଏକ ଗୁମ୍ଫାରେ ଆତଙ୍କବାଦୀମାନେ ଲୁଚିଥିବା ଜାଣିଥିଲେ। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାପାଇଁ କହିଥିଲେ। କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ବିସ୍ଫୋରକ ନିକ୍ଷେପ କରିଥିଲେ ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଆହତ ଯବାନମାନଙ୍କୁ ଉଧମପୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷେ ଏନକାଉଣ୍ଟର ସ୍ଥଳରେ ଅତିରିକ୍ତ ଟିମ୍ ମୁତୟନ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ସମ୍ପୃକ୍ତ ଅଞ୍ଚଳରେ ଫସି ରହିଥିବା ଜଣାପଡ଼ିଛି। କିଛି ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିପାତ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ଅପରେସନ ଜାରି ରହିଛି।

Tags: