ରାଜସ୍ଥାନ ସୀମା ନିକଟରେ ୨ ପାକିସ୍ତାନୀ ଡ୍ରଗ୍ସ ଚୋରାଚାଲାଣକାରୀ ନିପାତ
ନୂଆଦିଲ୍ଲୀ : ରାଜସ୍ଥାନରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ପାକିସ୍ତାନର ୨ ଡ୍ରଗ୍ସ ଚୋରାଚାଲାଣକାରୀ ନିପାତ ହୋଇଛନ୍ତି। ବିଏସ୍ଏଫ୍ ଦ୍ବାରା ଉକ୍ତ ୨ ପାକିସ୍ତାନୀ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ନିପାତ କରାଯାଇଛି। ବରମେର ସେକ୍ଟରରେ ସୋମବାର ରାତିରେ ଏହି ଘଟଣା ଘଟିଛି। ସନ୍ଦିଗ୍ଧଙ୍କ ନିକଟରୁ ୩ କିଲୋ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆଜି କାଶ୍ମୀରରେ ବିଭିନ୍ନ ସ୍ଥାନରେ ଏନଆଇଏ ଚଢ଼ଉ ହୋଇଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢ଼ଉ ହୋଇଛି। […]
ନୂଆଦିଲ୍ଲୀ : ରାଜସ୍ଥାନରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ପାକିସ୍ତାନର ୨ ଡ୍ରଗ୍ସ ଚୋରାଚାଲାଣକାରୀ ନିପାତ ହୋଇଛନ୍ତି। ବିଏସ୍ଏଫ୍ ଦ୍ବାରା ଉକ୍ତ ୨ ପାକିସ୍ତାନୀ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ନିପାତ କରାଯାଇଛି। ବରମେର ସେକ୍ଟରରେ ସୋମବାର ରାତିରେ ଏହି ଘଟଣା ଘଟିଛି। ସନ୍ଦିଗ୍ଧଙ୍କ ନିକଟରୁ ୩ କିଲୋ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆଜି କାଶ୍ମୀରରେ ବିଭିନ୍ନ ସ୍ଥାନରେ ଏନଆଇଏ ଚଢ଼ଉ ହୋଇଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢ଼ଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୫ ଜଣ ଯବାନ ସହିଦ ହେବାର ସପ୍ତାହକ ପରେ ଆଜି ଏନଆଇଏ ଚଢ଼ଉ ହୋଇଛି।




