ରାଜସ୍ଥାନ ମେଡିକାଲ୍ କଲେଜରେ ଅଗ୍ନିକାଣ୍ଡ
ଡୁଙ୍ଗରପୁର: ଶନିବାର ରାତିରେ ରାଜସ୍ଥାନର ଡୁଙ୍ଗରପୁର ମେଡିକାଲ୍ କଲେଜ୍ରେ ନିଆଁ ଲାଗିଥିବା ବେଳେ ପ୍ରାୟ ୧୨ଜଣ ଶିଶୁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଡୁଙ୍ଗରପୁର ମେଡିକାଲ୍ କଲେଜ୍ର ‘ନିଓନାଟାଲ୍ ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ (ଏନ୍ଆଇସିୟୁ) ଅଗ୍ନିକାଣ୍ଡ ଘଟିଥିଲା। ମେଡିକାଲ୍ କଲେଜର ଅଧିକ୍ଷକ ଡାକ୍ତର ମହେନ୍ଦ୍ର ଦାମୋଦର୍ ଗଣମାଧ୍ୟମକୁ କହିଛନ୍ତି ଯେ, ୩ଟି ଦମକଳ ସାହାଯ୍ୟରେ ନିଆଁ ଲିଭାଯାଇଛି ଏବଂ ସେଠାରୁ ୧୨ଜଣ ପିଲାଙ୍କୁ ଉଦ୍ଧାର କରାଯାଛି। ଫାୟାର୍ ସେଫ୍ଟି ଅଫିସର୍ ବାବୁଲାଲ୍ ଚୌଧୁରୀ କହିଛନ୍ତି […]
ଡୁଙ୍ଗରପୁର: ଶନିବାର ରାତିରେ ରାଜସ୍ଥାନର ଡୁଙ୍ଗରପୁର ମେଡିକାଲ୍ କଲେଜ୍ରେ ନିଆଁ ଲାଗିଥିବା ବେଳେ ପ୍ରାୟ ୧୨ଜଣ ଶିଶୁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଡୁଙ୍ଗରପୁର ମେଡିକାଲ୍ କଲେଜ୍ର ‘ନିଓନାଟାଲ୍ ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ (ଏନ୍ଆଇସିୟୁ) ଅଗ୍ନିକାଣ୍ଡ ଘଟିଥିଲା। ମେଡିକାଲ୍ କଲେଜର ଅଧିକ୍ଷକ ଡାକ୍ତର ମହେନ୍ଦ୍ର ଦାମୋଦର୍ ଗଣମାଧ୍ୟମକୁ କହିଛନ୍ତି ଯେ, ୩ଟି ଦମକଳ ସାହାଯ୍ୟରେ ନିଆଁ ଲିଭାଯାଇଛି ଏବଂ ସେଠାରୁ ୧୨ଜଣ ପିଲାଙ୍କୁ ଉଦ୍ଧାର କରାଯାଛି। ଫାୟାର୍ ସେଫ୍ଟି ଅଫିସର୍ ବାବୁଲାଲ୍ ଚୌଧୁରୀ କହିଛନ୍ତି ଯେ, ଦମକଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପ୍ରବଳ ଧୂଆଁ ବାହାରୁ ଥିଲା କିନ୍ତୁ ଆମେ ନିଆଁ ଲିଭାଇ ପିଲାମାନଙ୍କୁ ନିରାପଦରେ ସ୍ଥାନାନ୍ତରଣ କରିଛୁ ବୋଲି ସେ କହିଛନ୍ତି।




