ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ବୁଧବାର ଦିନ କରୋନା ସଂକ୍ରମିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଶରୀର ଅସୁସ୍ଥ ଲାଗିବାରୁ କରୋନା ଟେଷ୍ଟ୍ କରାଇଲି। ଏଥିରୁ ଜଣାପଡ଼ିଛି ଯେ ମୁଁ କରୋନାରେ ଆକ୍ରାନ୍ତ। ମୁଖ୍ୟମନ୍ତ୍ରୀ ଭଜନଲାଲ କହିଛନ୍ତି, ସେ ଗୃହ ସଙ୍ଗରୋଧରେ ଅଛନ୍ତି ଏବଂ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସାରେ ରହିଛନ୍ତି। ତେବେ କରୋନା ହୋଇଥିବାରୁ ସେ କୌଣସି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେଆ ଯୋଗ ଦେଇନପାରିଲେ ମଧ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ବୁଧବାର ଦିନ କରୋନା ସଂକ୍ରମିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଶରୀର ଅସୁସ୍ଥ ଲାଗିବାରୁ କରୋନା ଟେଷ୍ଟ୍ କରାଇଲି। ଏଥିରୁ ଜଣାପଡ଼ିଛି ଯେ ମୁଁ କରୋନାରେ ଆକ୍ରାନ୍ତ। ମୁଖ୍ୟମନ୍ତ୍ରୀ ଭଜନଲାଲ କହିଛନ୍ତି, ସେ ଗୃହ ସଙ୍ଗରୋଧରେ ଅଛନ୍ତି ଏବଂ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସାରେ ରହିଛନ୍ତି। ତେବେ କରୋନା ହୋଇଥିବାରୁ ସେ କୌଣସି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେଆ ଯୋଗ ଦେଇନପାରିଲେ ମଧ୍ୟ ଭର୍ଚୁଆଲ ଭାବେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଯେ ଆଗକୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଏହି ସମୟରେ ଭଜନଲାଲ ଶର୍ମାଙ୍କୁ କରୋନା ହେବା ଦ୍ବାରା ଦଳର ନିର୍ବାଚନୀ ପ୍ରସ୍ତୁତି ଉପରେ ପ୍ରଭାବ ପଡ଼ିପାରେ। ମୁଖ୍ୟମନ୍ତ୍ରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ଯଦି କରୋନାର କୌଣସି ଲକ୍ଷଣ ଥାଏ ତେବେ ସେମାନେ ଟେଷ୍ଟ କରାଇନେବା ଉଚିତ ବୋଲି କହିଛନ୍ତି।

Tags: