ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ରାଜ୍ୟବର୍ଦ୍ଧନ ରାଠୋର, ମଦନ ଦିଲୱରଙ୍କ ସମେତ ୨୨ ବିଧାୟକ ଶପଥ ନେଲେ

ଜୟପୁର : ରାଜସ୍ଥାନରେ ବିଜେପି ନେତୃତ୍ବାଧୀନ ଭଜନ ଲାଲ୍ ଶର୍ମା ସରକାରରେ ଆଜି ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ରାଜସ୍ଥାନ କ୍ୟାବିନେଟରେ ଆଜି ୨୨ ବିଧାୟକ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ରାଜ୍ୟପାଳ କଳରାଜ ମିଶ୍ର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କିରୋଡ଼ି ଲାଲ୍ ମୀନା, ମଦନ ଦଲୱର, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗଜେନ୍ଦ୍ର ସିଂହ ଖିମସର , ବାବୁଲାଲ୍ ଖରାଡ଼ି, ଯୋଗରାମ ପଟେଲ, […]

Samaya Live Picture
Published On

ଜୟପୁର : ରାଜସ୍ଥାନରେ ବିଜେପି ନେତୃତ୍ବାଧୀନ ଭଜନ ଲାଲ୍ ଶର୍ମା ସରକାରରେ ଆଜି ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ରାଜସ୍ଥାନ କ୍ୟାବିନେଟରେ ଆଜି ୨୨ ବିଧାୟକ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ରାଜ୍ୟପାଳ କଳରାଜ ମିଶ୍ର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କିରୋଡ଼ି ଲାଲ୍ ମୀନା, ମଦନ ଦଲୱର, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଗଜେନ୍ଦ୍ର ସିଂହ ଖିମସର , ବାବୁଲାଲ୍ ଖରାଡ଼ି, ଯୋଗରାମ ପଟେଲ, ସୁରେଶ ସିଂହ ରାୱତ, ଅବିନାଶ ଗେହଲଟ, ଜୋରାରାମ କୁମାୱତ, ହେମନ୍ତ ମୀନା, କହ୍ନେୟା ଲାଲ୍ ଚୌଧୁରୀ, ଏବଂ ସୁମିତ ଗୋଦଡ଼ା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷେ ସଂଜୟ ଶର୍ମା, ଗୌତମ କୁମାର, ଝବର ସିଂହ ଖଡ଼ା, ସୁରେନ୍ଦଅ ପାଲ୍ ସିଂହ ଏବଂ ହୀରାଲାଲ୍ ନଗର ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)ଭାବେ ଶପଥ ନେଲେ। କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଭଜନ ଲାଲ ଶର୍ମା ଦିଲ୍ଲୀ ଗସ୍ତ କରି ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିଥିଲେ।

Tags: