ରାଜସ୍ଥାନ ବିଧାନସଭା ନିର୍ବାଚନ , ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବସୁନ୍ଧରା ରାଜେ
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦିନ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେପି ୮୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାଁ ରହିଛି। ରାଜେ ପାରମ୍ପରିକ ଭାବେ ଝାଲରାପାଟନ ଆସନରୁ ନିର୍ବାଚନ ଲଢ଼ିବେ। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ରାଜେଙ୍କ ନାଁ ନଥିବାରୁ ବିରୋଧୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିନ୍ତୁ ଦ୍ବିତୀୟ ତାଲିକାରେ ବିଜେପି […]
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦିନ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେପି ୮୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାଁ ରହିଛି। ରାଜେ ପାରମ୍ପରିକ ଭାବେ ଝାଲରାପାଟନ ଆସନରୁ ନିର୍ବାଚନ ଲଢ଼ିବେ। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ରାଜେଙ୍କ ନାଁ ନଥିବାରୁ ବିରୋଧୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିନ୍ତୁ ଦ୍ବିତୀୟ ତାଲିକାରେ ବିଜେପି ରାଜେଙ୍କ ନାଁ ଘୋଷଣା କରିବା ସହ ତାଙ୍କର କିଛି ସମର୍ଥକଙ୍କୁ ମଧ୍ୟ ତାଲିକାରେ ସାମିଲ କରିଛି। ଅନ୍ୟପକ୍ଷେ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ତାଲିକା ଜାରି କରିଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୩୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟ ସଚିନ ପାଇଲଟ ସ୍ଥାନ ପାଇଛନ୍ତି। ଗେହଲଟ ସରଦାରପୁରରୁ ନିର୍ବାଚନ ଲଢ଼ିବେ ଏବଂ ପାଇଲଟ ଟଙ୍କ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ନାଥଦ୍ବାର ବିଧାନସଭା ଆସନରୁ ନିର୍ବାଭଚନ ଲଢ଼ିବେ ।




