ରାଜସ୍ଥାନ ବିଧାନସଭାରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ବିଲ୍ ଗୃହୀତ

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟ ସରକାର ଶୁକ୍ରବାର ଦିନ ବିଧାନସଭାରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ବିଲ୍ ଗୃହୀତ କରିଛନ୍ତି। ଏହି ବିଲ୍ ଗୃହୀତ ହେବା ଫଳରେ ଲୋକଙ୍କ ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତାରେ ୧୫ ପ୍ରତିଶତ ବୃଦ୍ଧି ହେବ ଏବଂ ଲୋକଙ୍କୁ ବର୍ଷକୁ ୧୨୫ ଦିନର କାର୍ଯ୍ୟ ମିଳିବ। ମନରେଗା ଏବଂ ଇନ୍ଦିରା ଗାନ୍ଧି ସହରାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଲୋକଙ୍କୁ ୧୨୫ ଦିନର କାମ ମିଳିବ। ଏଭଳି ବିଲ୍ ଗୃହୀତ କରିବାରେ ରାଜସ୍ଥାନ ଦେଶରେ ପ୍ରଥମ […]

Samaya Live Picture
Published On

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟ ସରକାର ଶୁକ୍ରବାର ଦିନ ବିଧାନସଭାରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ବିଲ୍ ଗୃହୀତ କରିଛନ୍ତି। ଏହି ବିଲ୍ ଗୃହୀତ ହେବା ଫଳରେ ଲୋକଙ୍କ ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତାରେ ୧୫ ପ୍ରତିଶତ ବୃଦ୍ଧି ହେବ ଏବଂ ଲୋକଙ୍କୁ ବର୍ଷକୁ ୧୨୫ ଦିନର କାର୍ଯ୍ୟ ମିଳିବ। ମନରେଗା ଏବଂ ଇନ୍ଦିରା ଗାନ୍ଧି ସହରାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଲୋକଙ୍କୁ ୧୨୫ ଦିନର କାମ ମିଳିବ। ଏଭଳି ବିଲ୍ ଗୃହୀତ କରିବାରେ ରାଜସ୍ଥାନ ଦେଶରେ ପ୍ରଥମ ଏବଂ ଏକମାତ୍ର ରାଜ୍ୟ ବୋଲି କୁହାଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।

Tags: