ରାଜସ୍ଥାନର ମସଜିଦରେ ମୌଲବୀଙ୍କୁ ପିଟିପିଟି ହତ୍ୟା
ନୂଆଦିଲ୍ଲୀ : ରାଜସ୍ଥାନର ଅଜମେରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମସଜିଦ ଜଣେ ମୌଲବୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମସଜିଦ ଭିତରେ ପଶି ମୌଲବୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ମୌଳବୀ ମହମ୍ମଦ ମାହିର ରାମଗଞ୍ଜର କାଞ୍ଚନ ନଗରରେ ଥିବା ମସଜିଦରେ ୬ ଜଣ ପିଲାଙ୍କ ସହ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି। ୩୦ ବର୍ଷୀୟ ମୌଲବୀଙ୍କୁ ଅଭିଯୁକ୍ତମାନେ ମସଜିଦ ଭିତରେ ପଶି ଲାଠିରେ ଆକ୍ରମଣ […]
ନୂଆଦିଲ୍ଲୀ : ରାଜସ୍ଥାନର ଅଜମେରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମସଜିଦ ଜଣେ ମୌଲବୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମସଜିଦ ଭିତରେ ପଶି ମୌଲବୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ମୌଳବୀ ମହମ୍ମଦ ମାହିର ରାମଗଞ୍ଜର କାଞ୍ଚନ ନଗରରେ ଥିବା ମସଜିଦରେ ୬ ଜଣ ପିଲାଙ୍କ ସହ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି। ୩୦ ବର୍ଷୀୟ ମୌଲବୀଙ୍କୁ ଅଭିଯୁକ୍ତମାନେ ମସଜିଦ ଭିତରେ ପଶି ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୌଲବୀଙ୍କ ସହ ଶୋଇଥିବା ପିଲାମାନେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଅଜଣା ଲୋକମାନେ ସେମାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ। ପିଲାମାନେ ଯେପରି ସାହାଯ୍ୟ ପାଇଁ ଫୋନ୍ କରିପାରିବେ ନାହିଁ ସେଥିପାଇଁ ସେମାନେ ମୌଲବୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯିବା ପରେ ପିଲାମାନେ ମସଜିଦରୁ ବାହାରକୁ ଆସି ପଡ଼ୋଶୀମାନଙ୍କୁ ଖବର ଦେଇଥିଲେ। ଉକ୍ତ ଘଟଣାରେ ଏଯାବତ କେହି ଗିରଫ ହୋଇନାହାନ୍ତି। ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ବୋଲି ରାମଗଞ୍ଜ ଥାନା ଅଧିକାରୀ ରବୀନ୍ଦ୍ର ଖିଞ୍ଚି କହିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ (ହତ୍ୟା) ଅନୁଯାୟୀ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି।




