ରାଜସ୍ଥାନରେ ଯାତ୍ରିବାହୀ ବସ୍ ଉପରକୁ ମାଡ଼ିଗଲା ଟ୍ରକ୍, ୧୧ ମୃତ
ଜୟପୁର : ରାଜସ୍ଥାନର ଜୟପୁର-ଆଗ୍ରା ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନର ଭରତପୁର ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ଗୁଜରାଟରୁ ମଥୁରାକୁ ଯାଉଥିବା ଏକ ଯାତ୍ରିବାହୀ ବସ୍ ଆଜି ଜୟପୁର- ଆଗ୍ରା ଜାତୀୟ ରାଜପଥ ଉପରେ ବ୍ରେକ୍ଡାଉନ୍ ହୋଇଯିବା ପରେ ଠିଆ ହୋଇଥିଲା। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ଆସି ବସ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଜି […]
ଜୟପୁର : ରାଜସ୍ଥାନର ଜୟପୁର-ଆଗ୍ରା ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନର ଭରତପୁର ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ଗୁଜରାଟରୁ ମଥୁରାକୁ ଯାଉଥିବା ଏକ ଯାତ୍ରିବାହୀ ବସ୍ ଆଜି ଜୟପୁର- ଆଗ୍ରା ଜାତୀୟ ରାଜପଥ ଉପରେ ବ୍ରେକ୍ଡାଉନ୍ ହୋଇଯିବା ପରେ ଠିଆ ହୋଇଥିଲା। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ଆସି ବସ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଜି ଭୋର ୪.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୬ ଜଣ ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ ବସ୍ ସହ ଏକ ଜିପ୍ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ହନୁମାନଗଡ଼ ଟାଉନ୍ ଥାନା ଅଧୀନସ୍ଥ ଲାଖୋୱାଲିରେ ଏହି ଦୁର୍ଘଟଣା ହୋଇଛି।




