ରାଜସ୍ଥାନରେ ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୪ ମୃତ
ଜୟପୁର : ରାଜସ୍ଥାନର ହନୁମାନଗଡ଼ରେ ଆଜି ଏକ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗାଁରେ ଖସି ପଡ଼ିଛି । ଫଳରେ ୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ବିମାନଟି ସେମାନଙ୍କ ଘର ଉପରେ ଖସି ପଡ଼ିବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଅଛନ୍ତି। ପାଇଲଟ ପାରାଚୁଟ୍ ବ୍ୟବହାର କରି ବିମାନରୁ ଡେଇଁ ପଡ଼ିଥିବାରୁ ସେ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ […]
ଜୟପୁର : ରାଜସ୍ଥାନର ହନୁମାନଗଡ଼ରେ ଆଜି ଏକ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗାଁରେ ଖସି ପଡ଼ିଛି । ଫଳରେ ୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ବିମାନଟି ସେମାନଙ୍କ ଘର ଉପରେ ଖସି ପଡ଼ିବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଅଛନ୍ତି। ପାଇଲଟ ପାରାଚୁଟ୍ ବ୍ୟବହାର କରି ବିମାନରୁ ଡେଇଁ ପଡ଼ିଥିବାରୁ ସେ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପହଞ୍ଚିଛି। ମିଳିଥିବା ସୂଚନାନୁଯାୟୀ ଯୁଦ୍ଧ ବିମାନଟି ସୁରଟଗଡ଼ରୁ ରୁଟିନ ଉଡ଼ାଣରେ ବାହାରିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନି। ସେନେଇ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରିରେ ମଧ୍ୟ ରାଜସ୍ଥାନର ଭରତପୁରରେ ବାୟୁସେନାର ୨ଟି ଯୁଦ୍ଧ ବିମାନ ସୁଖୋଇ ସୁ-୩୦ ଏବଂ ମିରେଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।




