ରାଜସ୍ଥାନରେ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୭ ସାଂସଦ
ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ବିଜେପି ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୪୧ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୭ ଜଣ ସାଂସଦ ଅଛନ୍ତି। କିନ୍ତୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିଶ୍ବସ୍ତ ମାନେ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି। ରାଜେଙ୍କର କିଛି ବିଶ୍ବସ୍ତ ବିଧାୟକ […]
ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ବିଜେପି ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୪୧ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୭ ଜଣ ସାଂସଦ ଅଛନ୍ତି। କିନ୍ତୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିଶ୍ବସ୍ତ ମାନେ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି। ରାଜେଙ୍କର କିଛି ବିଶ୍ବସ୍ତ ବିଧାୟକ ତଥା ନରପତ ସିଂହ ରାଜବୀ ଏବଂ ରାଜପାଲ ସିଂହ ଶେଖାୱତ ତାଲିକାରୁ ବାଦ୍ ପଡ଼ିଛନ୍ତି। ଟିକେଟ ପାଇଥିବା ୭ ଜଣ ସାଂସଦ ହେଉଛନ୍ତି ଝୋଟୱାଡ଼ାର ରାଜ୍ୟବର୍ଦ୍ଧନ ରାଠୋଡ, ବିଦ୍ୟାଧର ନଗରରୁ ଦିୟା କୁମାର , ତିଜାରାରୁ ବାବା ବାଳକନାଥ , ମଣ୍ଡାୱାରୁ ନରେନ୍ଦ୍ର କୁମାର, କିଶନଗଡ଼ରୁ ଭାଗିରଥ ଚୌଧରୀ, ସୱାଇ ମାଧୋପୁରରୁ କିରୋଡି ଲାଲ୍ ମୀନା ଏବଂ ସାଞ୍ଚୋର୍ରୁ ଦେବଜୀ ପଟେଲ।




