ରାଜସ୍ଥାନରେ ବର୍ଷା ବିପର୍ଯ୍ୟୟ
ଜୟପୁର: ରାଜସ୍ଥାନରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ପୂର୍ବ ଏବଂ ଉତ୍ତରପୂର୍ବ ଅଂଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବ୍ୟାପକ ବନ୍ୟା ଶତାଧିକ ଗ୍ରାମରେ ଭୟାନକ ସ୍ଥିତି ସୃଷ୍ଟି କରିଛି। ରେଳସେବା ବାଧାପ୍ରାପ୍ତ ହୋଇଛି ଏବଂ ଏକାଧିକ ଜାତୀୟ ରାଜପଥ ବନ୍ଦ ରହିଛି। ପାଖାପାଖି ୧୦ ହଜାର ଲୋକ ଜଳବନ୍ଦୀ ସମସ୍ୟା ପାଇଁ ସେମାନଙ୍କ ଘରେ ଅଟକି ରହିଛନ୍ତି। ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ୩ ଜିଲ୍ଲାରେ ପ୍ରବଳ ବର୍ଷା […]
ଜୟପୁର: ରାଜସ୍ଥାନରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ପୂର୍ବ ଏବଂ ଉତ୍ତରପୂର୍ବ ଅଂଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବ୍ୟାପକ ବନ୍ୟା ଶତାଧିକ ଗ୍ରାମରେ ଭୟାନକ ସ୍ଥିତି ସୃଷ୍ଟି କରିଛି। ରେଳସେବା ବାଧାପ୍ରାପ୍ତ ହୋଇଛି ଏବଂ ଏକାଧିକ ଜାତୀୟ ରାଜପଥ ବନ୍ଦ ରହିଛି। ପାଖାପାଖି ୧୦ ହଜାର ଲୋକ ଜଳବନ୍ଦୀ ସମସ୍ୟା ପାଇଁ ସେମାନଙ୍କ ଘରେ ଅଟକି ରହିଛନ୍ତି। ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ୩ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛି। ଅନ୍ୟ ୧୦ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି ଏବଂ ୨୦ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସ୍ଥିତି ବିପଜ୍ଜନକ ହେଉଥିବାରୁ କୋଟା ଏବଂ ପାଲି ଜିଲ୍ଲାରେ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ୍ ବନ୍ଦ କରାଯାଇଛି। ବର୍ଷାଜନିତ କାରଣ ପାଇଁ ଗତ ୩ ଦିନ ମଧ୍ୟରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।




