ରାଜସ୍ଥାନରେ ବର୍ଷା ବିତ୍ପାତ, ୧୧ ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ଯାଏଁ ପ୍ରବଳ ବର୍ଷା ଲାଗି ରହିବ। ତେଣୁ ପାଣି ଘେରରେ ଥିବା ଲୋକଙ୍କ ଦୁର୍ଦ୍ଦଶା ଅଧିକ ହେବା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଗତ […]

ରାଜସ୍ଥାନରେ ବର୍ଷା ବିତ୍ପାତ, ୧୧ ଜଣଙ୍କ ମୃତ୍ୟୁ
Samaya Live Picture
Published On

ଜୟପୁର: ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ଯାଏଁ ପ୍ରବଳ ବର୍ଷା ଲାଗି ରହିବ। ତେଣୁ ପାଣି ଘେରରେ ଥିବା ଲୋକଙ୍କ ଦୁର୍ଦ୍ଦଶା ଅଧିକ ହେବା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦୌସାରେ ସର୍ବାଧିକ ୨୯ ସେଣ୍ଟିମିଟର ବର୍ଷା ହୋଇଛି। ବୁନ୍ଦି, ସୱାଇ ମାଧୋପୁର, କୋଟାରେ ବନ୍ୟା ସ୍ଥିତି ଗମ୍ଭୀର ଥିବାରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଛି। ଝାଲାୱର ଜିଲ୍ଲାରେ ବନ୍ୟା ପାଣିରେ ଦୁଇ ଜଣ ସରକାରୀ ସ୍କୁଲ ଶିକ୍ଷକଙ୍କ ସମେତ ୪ ଜଣ ଭାସି ଯାଇଛନ୍ତି। ସେମାନେ ଗାଗରନ୍ ଦୁର୍ଗ ନିକଟରେ ଚାଙ୍ଗେରୀ ପୁଲିଆ‌ ନିକଟରେ ପାଣିରେ ବୁଡ଼ି ଯାଇଥିବା ଏକ ପୋଲକୁ ପାର ହେବା ସମୟରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ବାସିନ୍ଦାଙ୍କ ବାରଣ ସତ୍ତ୍ବେ ରବିବାର ଅପରାହ୍ଣରେ ସେମାନେ ପୋଲ ପାର ହେବାକୁ ‌ଚେଷ୍ଟା କରୁଥିଲେ। ତିନି ଘଣ୍ଟା ଖୋଜାଖୋଜି ପରେ ୧୦ରୁ ୧୫ ମିଟର ଦୂରରେ ଗଭୀର ପାଣିରୁ ସେମାନଙ୍କ କାର ଉଦ୍ଧାର କରାଯାଇଥିଲା। କାରର ପଛ ସିଟ୍‌ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Tags: