ରାଜସ୍ଥାନରେ ବର୍ବର କାଣ୍ଡ, ଭାଇ ଉପରେ ଏକାଧିକ ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା କଲା ଭାଇ
ଜୟପୁର: ରାଜସ୍ଥାନର ଭରତପୁରରେ ଏକ ବର୍ବର ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଭାଇକୁ ଅତ୍ୟନ୍ତ ନିର୍ମମ ଭାବେ ବାରମ୍ବାର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଅନ୍ୟ ୧୨ ଜଣ ମଧ୍ୟ ଆହତ ହୋଇଛନ୍ତି। ଭରତପୁରର ବୟାନା ଥାନା ଅଂଚଳର ଅଡ୍ଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏଭଳି ବର୍ବର କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ଥାନୀୟ ଲୋକେ […]
ଜୟପୁର: ରାଜସ୍ଥାନର ଭରତପୁରରେ ଏକ ବର୍ବର ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଭାଇକୁ ଅତ୍ୟନ୍ତ ନିର୍ମମ ଭାବେ ବାରମ୍ବାର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଅନ୍ୟ ୧୨ ଜଣ ମଧ୍ୟ ଆହତ ହୋଇଛନ୍ତି। ଭରତପୁରର ବୟାନା ଥାନା ଅଂଚଳର ଅଡ୍ଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏଭଳି ବର୍ବର କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁଲିସ ହତ୍ୟାକାରୀକୁ ଗିରଫ କରିଛି। ଭରତପୁର ଏଏସ୍ପି ଓମ୍ପ୍ରକାଶ କିଲନିୟ କହିଛନ୍ତି, ୩୪ ବର୍ଷୀୟ ନିରପତ ଗୁରଜରଙ୍କୁ ତାଙ୍କ ଭାଇ ଦାମୋଦର ଗୁରଜର ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛି। ଉକ୍ତ ଘଟଣାରେ ପୁଲିସ ୬ ଜଣଙ୍କୁ ଅଟକ ରଖି ଜେରା କରୁଛି।




