ରାଜସ୍ଥାନରେ ବର୍ବର କାଣ୍ଡ, ଇଟାଭାଟିରୁ ମିଳିଲା ନାବାଳିକାର ଦେହାବଶେଷ

ଜୟପୁର : ରାଜସ୍ଥାନର ଭିଲୱାଡ଼ାରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭିଲୱାଡ଼ାର ଏକ ଇଟାଭାଟିରୁ ନାବାଳିକାର ଦଗ୍ଧିଭୁତ ଦେହାବଶେଷ ମିଳିଛି। ଆଜି ସକାଳେ ଏହି ଅପରାଧ ସଂକ୍ରାନ୍ତରେ ଜଣାପଡ଼ିଛି। ଉକ୍ତ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନାନୁଯାୟୀ ନାବାଳିକା ନିଜ ମା’ ସହ ଗତକାଲି ସକାଳେ ଛେଳି ଚରାଇବାକୁ ଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ତା’ ମା’ଠାରୁ ଅଲଗା ହୋଇଥିଲା। […]

Samaya Live Picture
Published On

ଜୟପୁର : ରାଜସ୍ଥାନର ଭିଲୱାଡ଼ାରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭିଲୱାଡ଼ାର ଏକ ଇଟାଭାଟିରୁ ନାବାଳିକାର ଦଗ୍ଧିଭୁତ ଦେହାବଶେଷ ମିଳିଛି। ଆଜି ସକାଳେ ଏହି ଅପରାଧ ସଂକ୍ରାନ୍ତରେ ଜଣାପଡ଼ିଛି। ଉକ୍ତ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ମିଳିଥିବା ସୂଚନାନୁଯାୟୀ ନାବାଳିକା ନିଜ ମା’ ସହ ଗତକାଲି ସକାଳେ ଛେଳି ଚରାଇବାକୁ ଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ତା’ ମା’ଠାରୁ ଅଲଗା ହୋଇଥିଲା। ମା’ ତାକୁ ଅନେକ ଖୋଜାଖୋଜି କରିବାପରେ ନପାଇ ଘରକୁ ଚାଲି ଆସିଥିଲେ। କିନ୍ତୁ ଝିଅ ଅନେକ ସମୟ ପର୍ଯ୍ୟନ୍ତ ଘରକୁ ନଆସିବାରୁ ତା’ ପରିବାର ସଦସ୍ୟ ଏବଂ ଗ୍ରାମଲୋକ ତାକୁ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆଜି ବଡ଼ି ଭୋର୍ ସମୟରେ ସେମାନଙ୍କ ଘର ନିକଟରେ ଏକ ପଡ଼ିଆରେ ଥିବା ଏକ ଇଟା ଭାଟିରୁ ନାବାଳିକାର ଦେହାବଶେଷ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳେ ନାବାଳିକାଙ୍କ ଦେହାବଶେଷ ପାଇଛି। ପୁଲିସକୁ କିଛି ଖଣ୍ଡ ହାଡ଼ ଏବଂ ଏକ ପାଉଁଜି ମିଳିଛି। ନାବାଳିକାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳରୁ ୩ ଜଣ ସ୍ଥାନୀୟ ଲୋକ ଧରା ପଡ଼ିଛନ୍ତି। ପୁଲିସ ସେମାନଙ୍କୁ ହାଜତକୁ ନେଇ ଜେରା କରୁଛି। ଉକ୍ତ ଘଟଣାକୁ ବିରୋଧ କରି ନାବାଳିକାର ଗ୍ରାମବାସୀ ଘଟଣାସ୍ଥଳରେ ଆନ୍ଦୋଳନ କରିଛନ୍ତି । ସେମାନେ ଉକ୍ତ ଘଟଣାରେ ନ୍ୟାୟ ଦାବି କରିଛନ୍ତି। ଦୋଷୀକୁ ତୁରନ୍ତ ଗିରଫ କରିବାପାଇଁ ସେମାନେ ଦାବି କରିଛନ୍ତି।

Tags: