ରାଜସ୍ଥାନରେ ବଢ଼ୁଛି ହାଜତ ମୃତ୍ୟୁ, ୨ ବର୍ଷରେ ୨୦ ଜଣଙ୍କର ହାଜତ ମୃତ୍ୟୁ ହେଲାଣି

ଜୟପୁର: ରାଜସ୍ଥାନରେ ହାଜତ ମୃତ୍ୟୁ ବଢ଼ିବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟ‌ରେ ରାଜସ୍ଥାନରେ ୨୦ଟି ହାଜତ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁ ହୋଇଛି। ପୁଲିସ ତଥ୍ୟ ଅନୁଯାୟୀ ୫ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଜଣେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅନ୍ୟ ୧୪ଟି ମାମଲାର ତଦନ୍ତ ଚାଲିଛି। ହାଜତ ମୃତ୍ୟୁ ନେଇ ଏପର୍ଯ୍ୟନ୍ତ କୌଣସି ପୁଲିସ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ। ତେବେ ଦୁଇଜଣ କନେଷ୍ଟବଳଙ୍କୁ କର୍ତ୍ତବ୍ୟରେ ଅବହେଳା ନେଇ […]

ରାଜସ୍ଥାନରେ ବଢ଼ୁଛି ହାଜତ ମୃତ୍ୟୁ, ୨ ବର୍ଷରେ ୨୦ ଜଣଙ୍କର ହାଜତ ମୃତ୍ୟୁ ହେଲାଣି
Samaya Live Picture
Published On

ଜୟପୁର: ରାଜସ୍ଥାନରେ ହାଜତ ମୃତ୍ୟୁ ବଢ଼ିବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟ‌ରେ ରାଜସ୍ଥାନରେ ୨୦ଟି ହାଜତ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁ ହୋଇଛି। ପୁଲିସ ତଥ୍ୟ ଅନୁଯାୟୀ ୫ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଜଣେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅନ୍ୟ ୧୪ଟି ମାମଲାର ତଦନ୍ତ ଚାଲିଛି। ହାଜତ ମୃତ୍ୟୁ ନେଇ ଏପର୍ଯ୍ୟନ୍ତ କୌଣସି ପୁଲିସ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ। ତେବେ ଦୁଇଜଣ କନେଷ୍ଟବଳଙ୍କୁ କର୍ତ୍ତବ୍ୟରେ ଅବହେଳା ନେଇ ୧୭ ସିସିଏରେ ନୋଟିସ ଜାରି କରାଯାଇଛି। ବରିଷ୍ଠ କଂଗ୍ରେସ ବିଧାୟକ ରଫିକ ଖାନଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବିଧାନସଭାରେ ଏହି ତଥ୍ୟ ରଖାଯାଇଛି। ନିକଟରେ ଦୁଇ ଜଣ ‌ସୁନା ବ୍ୟବସାୟୀଙ୍କ ହାଜତ ମୃତ୍ୟୁକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ରାଜସମନ୍ଦ ଜିଲ୍ଲାର କାଙ୍କରୋଲି ଥାନାରେ ଗୋଟିଏ ଘଟଣା ଘଟିଥିବାବେଳେ ଉଦୟପୁର ଜିଲ୍ଲା ଋଷଭଦେବ ଥାନା ଅଞ୍ଚଳରେ ଆଉ ଏକ ଘଟଣା ଘଟିଥିଲା। ଚୋରାରେ ଅଳଙ୍କାର କିଣିବାକୁ ନେଇ ପଚରାଉଚରା ପାଇଁ ସେମାନଙ୍କୁ ଥାନାକୁ ଅଣା ଯାଇଥିଲା। ତେବେ ହାଜତ ମୃତ୍ୟୁର କାରଣ ନେଇ ଆରଟିଆଇ କର୍ମୀ ପୁଲିସ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ତ୍ରୁଟିପୂର୍ଣ୍ଣ କ୍ୟାମେରା, ହାର୍ଡ ଡିସ୍କରେ ଜାଗା ନଥିବା, ବ୍ୟାକ୍ ଅପ୍ ନଥିବା ଦର୍ଶାଇ ଅନେକ ସମୟରେ ପୁଲିସ ତଥ୍ୟ ଦେଉ ନଥିବାରୁ ପ୍ରକୃତ ସତ ବାହାରି ପାରୁନି।

Tags: