ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ରାଲି ସ୍ଥଳକୁ ଯାଉଥିବା ୬ ପୁଲିସ ଅଫିସରଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ନୂଆଦିଲ୍ଲୀ : ରାଜସ୍ଥାନର ଚୁରୁ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥଳରେ ଭିଆଇପି ସୁରକ୍ଷା ଦାୟିତ୍ବ ଦିଆଯାଇଥିବା ୬ ଜଣ ପୁଲିସ ଅଫିସର ଆଜି ଏକ ଗାଡ଼ିରେ ରାଲି ସ୍ଥଳକୁ ଯାଉଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ଘଟଣାରେ ୬ ଜଣ ପୁଲିସ ଅଫିସରଙ୍କର ମୃତ୍ୟୁ ହୋଇଯାଇଛି। ମୋଦୀଙ୍କର ଆଜି ଝୁନଝୁନୁରେ ନିର୍ବାଚନ ରାଲି ଥିଲା। ତେବେ ଭିଆଇପି ସୁରକ୍ଷା […]
ନୂଆଦିଲ୍ଲୀ : ରାଜସ୍ଥାନର ଚୁରୁ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥଳରେ ଭିଆଇପି ସୁରକ୍ଷା ଦାୟିତ୍ବ ଦିଆଯାଇଥିବା ୬ ଜଣ ପୁଲିସ ଅଫିସର ଆଜି ଏକ ଗାଡ଼ିରେ ରାଲି ସ୍ଥଳକୁ ଯାଉଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ଘଟଣାରେ ୬ ଜଣ ପୁଲିସ ଅଫିସରଙ୍କର ମୃତ୍ୟୁ ହୋଇଯାଇଛି। ମୋଦୀଙ୍କର ଆଜି ଝୁନଝୁନୁରେ ନିର୍ବାଚନ ରାଲି ଥିଲା। ତେବେ ଭିଆଇପି ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ନାଗୌରରୁ ଝୁନଝୁନକୁ ଯାଉଥିବାବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘନ କୁହୁଡ଼ି ଯୋଗୁଁ କିଛି ଦେଖାଯାଉନଥିବାରୁ ସେମାନଙ୍କ କାର୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ୭ ଜଣ ପୁଲିସ ଏକ ଜାଇଲୋ ଏକ୍ସୟୁଭିରେ ଯାଉଥିଲେ। ଦୁର୍ଘଟଣାରେ ସେମାନଙ୍କ ଗାଡ଼ି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ପୁଲିସ ଅଫିସର ଆହତ ହୋଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ ଆହତ ପୁଲିସ ଅଫିସରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହାରିଥିବା ଅଫିସରମାନେ ହେଉଛନ୍ତି ରାମଚନ୍ଦ୍ର (୫୬), ସୁଖ୍ରମ (୩୮), କୁମ୍ଭରମ (୩୫), ଥାନରମ (୩୩) , ସୁରେଶ(୩୫) ଏବଂ ମହେନ୍ଦ୍ର । ଆହତ ପୁଲିସ ଅଫିସରଙ୍କ ନାଁ ସୁଖରାମ ଖୋଜା।




