ରାଜସ୍ଥାନରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
ନୂଆଦିଲ୍ଲୀ, ୧୨/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରେ ପ୍ରଥମ ଏବଂ ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ରାଜସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ‘ଭାରତ ପ୍ରଥମ, ସର୍ବଦା ପ୍ରଥମ’ ଭାବନାକୁ ସୁଦୃଢ଼ କରୁଛି। ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନରେ ପର୍ଯ୍ୟଟନ ଶିଳ୍ପ ପାଇଁ ବହୁତ ଲାଭଦାୟକ ହେବ […]
ନୂଆଦିଲ୍ଲୀ, ୧୨/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରେ ପ୍ରଥମ ଏବଂ ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ରାଜସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ‘ଭାରତ ପ୍ରଥମ, ସର୍ବଦା ପ୍ରଥମ’ ଭାବନାକୁ ସୁଦୃଢ଼ କରୁଛି। ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନରେ ପର୍ଯ୍ୟଟନ ଶିଳ୍ପ ପାଇଁ ବହୁତ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ମୋଦୀ ଗତ ୨ ମାସ ମଧ୍ୟରେ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ରାଜସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଅଜମେର ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଚାଲିବ।




