ରାଜସ୍ଥାନରେ ପୁଲିସ ଏସ୍ଆଇ ଦ୍ବାରା ୪ ବର୍ଷର ଶିଶୁ ଦୁଷ୍କର୍ମର ଶିକାର

ଜୟପୁର : ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ୪ ବର୍ଷର ଶିଶୁ ଜଣେ ପୁଲିସ ଏସ୍ଆଇ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି। ରାଜସ୍ଥାନର ଲାଲସୋଟ ଜିଲ୍ଲାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଏସ୍ଆଇଙ୍କ ନାଁ ଭୂପେନ୍ଦ୍ର ସିଂହ। ଶିଶୁଟିକୁ ସେ ଲୋଭ ଦେଖାଇ ତାଙ୍କ ରୁମ୍କୁ ଡାକିଥିଲେ ଏବଂ ଏଭଳି ଜଘନ୍ୟ ଅପରାଧ ଘଟାଇଥିଲେ ବୋଲି ଏଏସ୍ପି ରାମଚନ୍ଦ୍ର ସିଂହ ନେହରା କହିଛନ୍ତି। ଅଭିଯୁକ୍ତ ପୁଲିସ ଏସ୍ଆଇଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ଜେରା କରାଯାଉଛି। ଇତି […]

Samaya Live Picture
Published On

ଜୟପୁର : ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ୪ ବର୍ଷର ଶିଶୁ ଜଣେ ପୁଲିସ ଏସ୍ଆଇ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି। ରାଜସ୍ଥାନର ଲାଲସୋଟ ଜିଲ୍ଲାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଏସ୍ଆଇଙ୍କ ନାଁ ଭୂପେନ୍ଦ୍ର ସିଂହ। ଶିଶୁଟିକୁ ସେ ଲୋଭ ଦେଖାଇ ତାଙ୍କ ରୁମ୍କୁ ଡାକିଥିଲେ ଏବଂ ଏଭଳି ଜଘନ୍ୟ ଅପରାଧ ଘଟାଇଥିଲେ ବୋଲି ଏଏସ୍ପି ରାମଚନ୍ଦ୍ର ସିଂହ ନେହରା କହିଛନ୍ତି। ଅଭିଯୁକ୍ତ ପୁଲିସ ଏସ୍ଆଇଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ଜେରା କରାଯାଉଛି। ଇତି ମଧ୍ୟରେ ଅଭିଯୁକ୍ତ ପୁଲିସ ଏସ୍ଆଇ ବିରୋଧରେ ସ୍ଲୋଗାନ ଦେଇ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦାମାନେ ରାହୁୱାସ ଥାନା ଘେରାଉ କରିଛନ୍ତି। ବିଜେପି ସାଂସଦ କିରୋଡି ଲାଲ୍ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଣେ ଦଳିତ ଶିଶୁ ଜଣେ ପୁଲିସ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ସେ କହିଛନ୍ତି। ସେ ଶିଶୁପାଇଁ ନ୍ୟାୟ ଦାବି କରିଛନ୍ତି। ମୀନା କହିଛନ୍ତି, ଅଭିଯୁକ୍ତ ଭୂପେନ୍ଦ୍ର ସିଂହଙ୍କୁ ଖୁବ୍ ଶୀଘ୍ର ଚାକିରିରୁ କଢ଼ାଯିବ।

Tags: