ରାଜସ୍ଥାନରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ
ଜୟପୁର : ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। ଦୋୱାଲା ଷ୍ଟେସନ ହାଉସ୍ ଅଫିସର ହେମନ୍ତ ଚୌହାନ କହିଛନ୍ତି, ୩ ଜଣ ବ୍ୟକ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ବୁଧବାର ରାତିରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କର ଜଣେ ସମ୍ପର୍କୀୟ ଥିବା ଜଣାପଡ଼ିଛି। ଏତଲା ଅନୁଯାୟୀ ପୀଡ଼ିତା ସ୍କୁଲ୍ ଯିବାବାଟରେ ଅଭିଯୁକ୍ତମାନେ ତାଙ୍କୁ ଏକ କାର୍ରେ […]
ଜୟପୁର : ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। ଦୋୱାଲା ଷ୍ଟେସନ ହାଉସ୍ ଅଫିସର ହେମନ୍ତ ଚୌହାନ କହିଛନ୍ତି, ୩ ଜଣ ବ୍ୟକ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ବୁଧବାର ରାତିରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କର ଜଣେ ସମ୍ପର୍କୀୟ ଥିବା ଜଣାପଡ଼ିଛି। ଏତଲା ଅନୁଯାୟୀ ପୀଡ଼ିତା ସ୍କୁଲ୍ ଯିବାବାଟରେ ଅଭିଯୁକ୍ତମାନେ ତାଙ୍କୁ ଏକ କାର୍ରେ ଉଠାଇ ନେଇଥିଲେ। ସେମାନେ ପୀଡ଼ିତାଙ୍କୁ ଅପହରଣ କରିନେଇ ଏକ ଜଙ୍ଗଲ ଅଞ୍ଚଳରେ ଗଣଦୁଷ୍କର୍ମ କରିଥିଲେ। ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି।




