ରାଜସ୍ଥାନରେ ଦୁର୍ଘଟଣାରେ କାର୍ ଜଳିଗଲା, ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ଯାତ୍ରୀବାହି କାର୍ ଏକ ଟ୍ରକ୍ ସହ ଧକ୍କା ହେବା ପରେ ଜଳି ଯାଇଥିଲା। ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକମାନେ ହେଉଛନ୍ତି ଉତ୍ତରପ୍ରଦେଶର ମିରଟ ବାସିନ୍ଦା। ସେମାନେ ରାଜସ୍ଥାନ ସାଲସାର ସ୍ଥିତ ସାଲସାର ବାଲାଜୀ ମନ୍ଦିରରୁ ଫେରୁଥିବାନବେଳେ ଏହି ଦୁର୍ଘଟଣା ହୋଇଛି। କାର୍ ଡ୍ରାଇଭର ଚୁରୁକୁ ଯାଉଥିବା୍ବେଳେ ବାଟରେ […]
ନୂଆଦିଲ୍ଲୀ : ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ଯାତ୍ରୀବାହି କାର୍ ଏକ ଟ୍ରକ୍ ସହ ଧକ୍କା ହେବା ପରେ ଜଳି ଯାଇଥିଲା। ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକମାନେ ହେଉଛନ୍ତି ଉତ୍ତରପ୍ରଦେଶର ମିରଟ ବାସିନ୍ଦା। ସେମାନେ ରାଜସ୍ଥାନ ସାଲସାର ସ୍ଥିତ ସାଲସାର ବାଲାଜୀ ମନ୍ଦିରରୁ ଫେରୁଥିବାନବେଳେ ଏହି ଦୁର୍ଘଟଣା ହୋଇଛି। କାର୍ ଡ୍ରାଇଭର ଚୁରୁକୁ ଯାଉଥିବା୍ବେଳେ ବାଟରେ ଏକ ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ଗାଡ଼ି ଆସୁଥିଲା। ସେ ଉକ୍ତ ଗାଡ଼ିକୁ ନପିଟିବାପାଇଁ ଚେଷ୍ଟା କରିବା ସମୟରେ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ଟ୍ରକ୍ରେ ପିଟି ଦେଇଥିଲେ। କାରରେ ଥିବା ଗ୍ୟାସ କିଟ୍ ଦୁର୍ଘଟଣା ପରେ ଫାଟି ଯାଇଥିଲା ଏବଂ ଟ୍ରକରେ ତୁଳା ବୋଝେଇ ହୋଇଥିବାରୁ ନିଆଁ ଅଧିକ ବଢ଼ିଥିଲା। ପାଖରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁ ଲାଗିଯାଇଥିବାରୁ ସେମାନେ ଲକ୍ ହୋଇଥିବା ଡୋର ଖୋଲିପାରିନଥିଲେ। ଫଳରେ ସମସ୍ତେ ଜିଅନ୍ତା ଜଳିଗଲେ। ଅଗ୍ନି ନିର୍ବାପକ ଦଳ ମୁତୟନ କରାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକମାନେ ହେଉଛନ୍ତି ନିଲମ ଗୋୟଲ (୫୫) ତାଙ୍କ ପୁଅ ଆଶୁତୋଷ ଗୋୟଲ (୩୫), ମଞ୍ଜୁ ବିନ୍ଦଲ (୫୮) ତାଙ୍କ ପୁଅ ହାର୍ଦ୍ଦିକ ବିନ୍ଦଲ ତାଙ୍କ ପତ୍ନୀ ସ୍ବାତୀ ବିନ୍ଦଲ ଏବଂ ସେମାନଙ୍କର ୨ ନାବାଳିକା ଝିଅ। ଇତି ମଧ୍ୟରେ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଖସି ପଳାଇଛନ୍ତି।




