ରାଜସ୍ଥାନରେ ଗୋଟିଏ ଘରେ ନିଆଁ ଲାଗି ବାପା ମା’ ଏବଂ ୩ ପିଲା ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ରାଜସ୍ଥାନର ଜୟପୁରରେ ଜଣେ ଦମ୍ପତି ଏବଂ ସେମାନଙ୍କ ୩ ପିଲା ଜିଅନ୍ତା ଜଳି ଯାଇଛନ୍ତି। ସମସ୍ତେ ଶୋଇଥିବା ସମୟରେ ସେମାନଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେମାନଙ୍କ ଘରେ ଥିବା ସିଲିଣ୍ଡରରେ ନିଆଁ ଲାଗି ସାରା ଘରେ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ଖବର ପାଇ ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ନିଆଁ ସାରା ଘର ବ୍ୟାପି ଯାଇଥିଲା। ନିଆଁକୁ ନିୟନ୍ତ୍ରଣକୁ ଆଣିବା ବେଳକୁ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ଜୟପୁରରେ ଜଣେ ଦମ୍ପତି ଏବଂ ସେମାନଙ୍କ ୩ ପିଲା ଜିଅନ୍ତା ଜଳି ଯାଇଛନ୍ତି। ସମସ୍ତେ ଶୋଇଥିବା ସମୟରେ ସେମାନଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେମାନଙ୍କ ଘରେ ଥିବା ସିଲିଣ୍ଡରରେ ନିଆଁ ଲାଗି ସାରା ଘରେ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ଖବର ପାଇ ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ନିଆଁ ସାରା ଘର ବ୍ୟାପି ଯାଇଥିଲା। ନିଆଁକୁ ନିୟନ୍ତ୍ରଣକୁ ଆଣିବା ବେଳକୁ ସମସ୍ତ ୫ ଜଣ ଜଳି ଯାଇଥିଲେ। ମୃତ ସମସ୍ତ ୫ ଜଣ ହେଉଛନ୍ତି ବିହାରର। ପୁଲିସ ଏବଂ ଫରେନ୍ସିକ୍ ଟିମ୍ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜୟପୁରର ବିଶ୍ବକର୍ମାରେ ଆଜି ଏହି ଦୁର୍ଘଟଣା ହୋଇଛି।

Tags: