ରାଜସ୍ଥାନରେ ଗେହଲଟଙ୍କ ୫ ନିର୍ବାଚନ ପ୍ରତିଶ୍ରୁତି
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ରାଜସ୍ଥାନରେ ୫ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଗେହଲଟ ଓପିଏସ୍ (ଓଲ୍ଡ ପେନସନ ସ୍କିମ୍) ତଥା ପୁରୁଣା ପେନସନ୍ ଯୋଜନା ପାଇଁ ଆଇନ ଏବଂ କିଲୋ ପିଛା ୨ ଟଙ୍କାରେ ଗାଈ ଗୋବର କ୍ରୟ ଭଳି ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ଦେଇଥିବା ଅନ୍ୟ ନିର୍ବାଚନ ପ୍ରତିଶ୍ରୁତି ଗୁଡ଼ିକ ହେଉଛି କଲେଜ ଛାତ୍ରଙ୍କୁ ଲାପଟପ୍ ଦେବା ଏବଂ […]
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ରାଜସ୍ଥାନରେ ୫ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଗେହଲଟ ଓପିଏସ୍ (ଓଲ୍ଡ ପେନସନ ସ୍କିମ୍) ତଥା ପୁରୁଣା ପେନସନ୍ ଯୋଜନା ପାଇଁ ଆଇନ ଏବଂ କିଲୋ ପିଛା ୨ ଟଙ୍କାରେ ଗାଈ ଗୋବର କ୍ରୟ ଭଳି ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ଦେଇଥିବା ଅନ୍ୟ ନିର୍ବାଚନ ପ୍ରତିଶ୍ରୁତି ଗୁଡ଼ିକ ହେଉଛି କଲେଜ ଛାତ୍ରଙ୍କୁ ଲାପଟପ୍ ଦେବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କ୍ଷୟକ୍ଷତି ପାଇଁ ୧୫ ଲକ୍ଷ ଟଙ୍କାର ବୀମା । ସେହିପରି ୧ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦେବା ସହ ୩ ବର୍ଷ ପାଇଁ କମ୍ଲିମେଣ୍ଟାରି ଇଣ୍ଟରନେଟ୍ ସେବା ଦେବାପାଇଁ ଗେହଲଟ ଘୋଷଣା କରିଛନ୍ତି। ଗେହଲଟ କହିଛନ୍ତି, କଂଗ୍ରେସ ପୂର୍ବରୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରି ସାରିଛି। କୃଷି ଋଣ ଛାଡ଼ ଭଳି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ସଠିକ୍ ସମୟରେ ପୂରଣ ହୋଇଛି ।




