ରାଜସ୍ଥାନରେ ଗେହଲଟଙ୍କ ବିରୋଧରେ ଗର୍ଜିଲେ ମୋଦୀ , ଲାଲ୍ ଡାଏରି ହିଁ ସବୁ ଗୁମର ଖୋଲିବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ସିକରରେ ଆଜି ଏକ ରାଲିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଗର୍ଜିଛନ୍ତି। ‘ଲାଲ୍ ଡାଏରି’ ମାମଲାରେ ମୋଦୀ ଗେହଲଟଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଲାଲ୍ ଡାଏରି ହିଁ କଂଗ୍ରେସର ଗୁମର ଖୋଲିଦେବ। ରାଜ୍ୟରେ ନିର୍ବାଚନ ସମୟରେ ଲାଲ୍ ଡାଏରି କଂଗ୍ରେସ ସରକାରକୁ ହରାଇବ ବୋଲି ମୋଦୀ କହିଛନ୍ତି। ଲାଲ୍ ଡାଏରି ହେଉଛି କଂଗ୍ରେସର ମିଛ ଦୋକାନର ଏକ ସଦ୍ୟ ପ୍ରକଳ୍ପ। ଡାଏରିରେ ଦଳର କଳା […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ସିକରରେ ଆଜି ଏକ ରାଲିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଗର୍ଜିଛନ୍ତି। ‘ଲାଲ୍ ଡାଏରି’ ମାମଲାରେ ମୋଦୀ ଗେହଲଟଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଲାଲ୍ ଡାଏରି ହିଁ କଂଗ୍ରେସର ଗୁମର ଖୋଲିଦେବ। ରାଜ୍ୟରେ ନିର୍ବାଚନ ସମୟରେ ଲାଲ୍ ଡାଏରି କଂଗ୍ରେସ ସରକାରକୁ ହରାଇବ ବୋଲି ମୋଦୀ କହିଛନ୍ତି। ଲାଲ୍ ଡାଏରି ହେଉଛି କଂଗ୍ରେସର ମିଛ ଦୋକାନର ଏକ ସଦ୍ୟ ପ୍ରକଳ୍ପ। ଡାଏରିରେ ଦଳର କଳା କାରନାମା ସବୁ ରହିଛି । ମୋଦୀ ପୁଣିଥରେ କହିଛନ୍ତି,ରାଜସ୍ଥାନରେ ଅଶୋକ ଗେହଲଟ ସରକାର ବିକାଶର ଅବରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମସ୍ୟାରୁ ବଞ୍ଚାଇଛନ୍ତି। କିନ୍ତୁ ତାଙ୍କୁ ଗୋଟିଏ ବି ସୁଯୋଗ ଦିଆନଯାଇ ହଟାଯାଇଛି। ଝୁନଝୁନୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜେନ୍ଦ୍ର ଗୁଧା କହିଥିଲେ ଯଦି ଗୁଧା ସେଠାରେ ନଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ଏତେବେଳକୁ ଜେଲ୍ରେ ଥାଆନ୍ତେ।




