ରାଜସ୍ଥାନରେ କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦୀ, ଗେହଲଟ ନିଜ ଆସନ ବଞ୍ଚାଇବାରେ ବ୍ୟସ୍ତ

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଆଜି ରାଜସ୍ଥାନରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ରାଜସ୍ଥାନରେ କଂଗ୍ରେସ ଦଳରେ ଆ‌ନ୍ତଃକନ୍ଦଳ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ‌ଅଶୋକ ଗେହଲଟଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ଏବଂ ପେପର୍‌ ଲିକ୍‌ ମାଫିଆ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଉପରେ ବ‌ର୍ଷିଛନ୍ତି। କଂଗ୍ରେସ ରାଜସ୍ଥାନର ଲୋକଙ୍କୁ ଧୋକା ଦେଇ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଆଜି ରାଜସ୍ଥାନରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ରାଜସ୍ଥାନରେ କଂଗ୍ରେସ ଦଳରେ ଆ‌ନ୍ତଃକନ୍ଦଳ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ‌ଅଶୋକ ଗେହଲଟଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ଏବଂ ପେପର୍‌ ଲିକ୍‌ ମାଫିଆ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଉପରେ ବ‌ର୍ଷିଛନ୍ତି। କଂଗ୍ରେସ ରାଜସ୍ଥାନର ଲୋକଙ୍କୁ ଧୋକା ଦେଇ ସରକାର ଗଠନ କରିଛି। କିନ୍ତୁ ଅଶୋକ ଗେହଲଟ ସରକାର ସଠିକ୍‌ ଭାବେ ସରକାର ପରିଚାଳନା କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଗେହଲଟ ନିଜ ଆସନ ବଞ୍ଚାଇବାରେ ବ୍ୟସ୍ତ। ଅନ୍ୟପକ୍ଷେ ଅଧା କଂଗ୍ରେସ ନେତା ତାଙ୍କୁ ଗାଦିଚ୍ୟୁତ କରିବାରେ ଲାଗି ପଡ଼ିଛନ୍ତି ବୋଲି ମୋଦୀ ଆଜି ରାଜସ୍ଥାନର ଚିତ୍ତୋରଗଡ଼ରେ ଏକ ରାଲି କରି କହିଛନ୍ତି। କଂଗ୍ରେସ ସରକାର ଗତ ୫ ବର୍ଷ ମଧ୍ୟରେ ରାଜ୍ୟକୁ ଲୁଟ୍‌ କରିଛନ୍ତି ଏବଂ ଧ୍ବଂସ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ତାଙ୍କୁ ଖୁବ୍‌ କଷ୍ଟ ଦେଇଛି ବୋଲି ସେ କହିଛନ୍ତି। କଂଗ୍ରେସ ଏହାକୁ ଏକ ପରମ୍ପରାରେ ପରିଣତ କରିଦେଇଥିବା ସେ କହିଛନ୍ତି।

Tags: