ରାଜସ୍ଥାନରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି କଲେ ଅଶୋକ ଗେହଲଟ
ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଫେରିବ ତେବେ ରାଜ୍ୟରେ ଜାତିଗତ ଜନଗଣନା ହେବ ବୋଲି କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ପଞ୍ଚାୟତ ସ୍ତର ଏବଂ ଅନ୍ୟ ଜନକଲ୍ୟାଣ ଯୋଜନା କ୍ଷେତ୍ରରେ ନିଯୁକ୍ତି ପାଇଁ ନୂଆ ଯୋଜନା ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ଗେହଲଟ କହିଛନ୍ତି, ଲୋକମାନଙ୍କ ମତାମତ ଆଧାରରେ ଆମେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ […]
ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଫେରିବ ତେବେ ରାଜ୍ୟରେ ଜାତିଗତ ଜନଗଣନା ହେବ ବୋଲି କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ପଞ୍ଚାୟତ ସ୍ତର ଏବଂ ଅନ୍ୟ ଜନକଲ୍ୟାଣ ଯୋଜନା କ୍ଷେତ୍ରରେ ନିଯୁକ୍ତି ପାଇଁ ନୂଆ ଯୋଜନା ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ଗେହଲଟ କହିଛନ୍ତି, ଲୋକମାନଙ୍କ ମତାମତ ଆଧାରରେ ଆମେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛୁ। ୨୦୧୮ରେ ଦଳ ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ୯୬ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ଗେହଲଟ କହିଛନ୍ତି। ଗେହଲଟ ୭ଟି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ ସ୍ତରରେ ନିଯୁକ୍ତି ପାଇଁ ନୂଆ ଯୋଜନା ଆଣିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ସେହିପରି ୪ ଲକ୍ଷ ସରକାରୀ ଚାକିରି ଏବଂ ଜାତିଗତ ଜନଗଣନା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି। ପରିବାରର ମହିଳା ମୁଖ୍ୟଙ୍କୁ ଦଳ ବାର୍ଷିକ ୧୦ ହଜାର ଟଙ୍କା ଦେବ ଏବଂ ୧.୦୪ କୋଟି ପରିବାରଙ୍କୁ ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର ଦେବ। ଗୋପାଳକଙ୍କଠାରୁ କିଲୋ ପିଛା ୨ ଟଙ୍କାରେ ଗୋବର କିଣିବ, ଚିରଂଜିବୀ ସ୍ବାସ୍ଥ୍ୟ ବୀମା ଯୋଜନା ୨୫ରୁ ୫୦ ଲକ୍ଷ କରାଯିବ। ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ପାଇଁ ଆଇନ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ସରକାରୀ କଲେଜରେ ଆଡମିସନ ନେଉଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଏବଂ ଟାବଲେଟ୍ ଦେବାପାଇଁ ଦଳ ପ୍ରତିଶ୍ରୁତି ଦେଇଛି।




