ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ସୋନିଆ ,ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜସ୍ଥାନରୁ ଆଗାମା ରାଜ୍ୟସଭା ନିର୍ବାଚନ ଲଢ଼ିବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସୋନିଆ ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ସୋନିଆ ଗାନ୍ଧି କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ଜୟପୁର ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଲୋକସଭାରେ ରାଏବରେଲିକୁ ପ୍ରତିନିଧିତ୍ବ କରୁଥିବା ସୋନିଆ ଆସନ୍ତା ଲୋକଦଭା ନିର୍ବାଚନ ଲଢ଼ିବେନି। ବୁଧବାର […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜସ୍ଥାନରୁ ଆଗାମା ରାଜ୍ୟସଭା ନିର୍ବାଚନ ଲଢ଼ିବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସୋନିଆ ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ସୋନିଆ ଗାନ୍ଧି କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ଜୟପୁର ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଲୋକସଭାରେ ରାଏବରେଲିକୁ ପ୍ରତିନିଧିତ୍ବ କରୁଥିବା ସୋନିଆ ଆସନ୍ତା ଲୋକଦଭା ନିର୍ବାଚନ ଲଢ଼ିବେନି। ବୁଧବାର ସୋନିଆ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୧୫ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ। ଫେବ୍ରୁଆରି ୨୭ରେ ରାଜ୍ୟସଭା ନିର୍ବାଚନ ହେବ। କଂଗ୍ରେସ ଦଳ କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ ଏବଂ ହିମାଚଳପ୍ରଦେଶରେ ଆରାମରେ ନିର୍ବାଚନ ଜିତି ପାରିବ। ତେବେ ଦଳ ଏପର୍ଯ୍ୟନ୍ତ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

Tags: