ରାଜଭବନରେ ମୋଦୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମୋଦୀ ଏବଂ ମମତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ମମତା ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ କହିଛନ୍ତି। ଅନ୍ୟପକ୍ଷେ ମୋଦୀ ଅ୍ରାଜି ଦିନରେ ସନ୍ଦେଶଖାଲି ମାମଲାରେ ଟିଏମସି ସରକାର ଉପରେ ବର୍ଷିଥିବାବେଳେ ସନ୍ଧ୍ୟାରେ ମୋଦୀ ଏବଂ ମମତା ସାକ୍ଷାତ କରିଛନ୍ତି। ମମତା କହିଛନ୍ତି, ସେ ମଧ୍ୟ ରାଜ୍ୟର ବକେୟା ପାଣ୍ଠି […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମୋଦୀ ଏବଂ ମମତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ମମତା ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ କହିଛନ୍ତି। ଅନ୍ୟପକ୍ଷେ ମୋଦୀ ଅ୍ରାଜି ଦିନରେ ସନ୍ଦେଶଖାଲି ମାମଲାରେ ଟିଏମସି ସରକାର ଉପରେ ବର୍ଷିଥିବାବେଳେ ସନ୍ଧ୍ୟାରେ ମୋଦୀ ଏବଂ ମମତା ସାକ୍ଷାତ କରିଛନ୍ତି। ମମତା କହିଛନ୍ତି, ସେ ମଧ୍ୟ ରାଜ୍ୟର ବକେୟା ପାଣ୍ଠି ସଂକ୍ରାନ୍ତରେ ମୋଦୀଙ୍କ ସହ କଥା ହୋଇଛନ୍ତି। ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମମତା ମୋଦୀଙ୍କ ସହ କଥା ହୋଇଥିବା କହିଛନ୍ତି। ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ମୋଦୀ ଆଜି ରାତିରେ ରାଜଭବନରେ ରହିବେ। ଆଜି ମୋଦୀ ରାଜଭବନରେ ପହଞ୍ଚିବାପlରେ ମମତାଙ୍କ କନଭୟ ରାଜଭବନକୁ ଯାଇଥିଲା। ଏହା ପୂର୍ବରୁ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏକ୍ସରେ ଏକ ପୋଷ୍ଟ୍ କରି ସେ ପ୍ରଧାନମନ୍ତ୍ରୀଙ୍କୁ ରାଜଭବନରେ ସ୍ବାଗତ କରିଥିବା କହିଥିଲେ।

Tags: