ରାଜନୀତି ଅପେକ୍ଷା ଅଭିନେତ୍ରୀ ଭାବେ କାମ ସହଜ ଥିଲା : କଙ୍ଗନା
ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ୨୦୨୪ ଲୋକସଭା ନିର୍ବାଚନରେ ହିମାଚଳପ୍ରଦେଶର ମଣ୍ଡି ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ବିକ୍ରମାଦିତ୍ୟ ସିଂହଙ୍କୁ ସେ ୭୪,୭୫୫ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ତେବେ ସାଂସଦ ଭାବେ ନିଜ ଦାୟିତ୍ବ ଗ୍ରହଣ କରିବାପରେ କଙ୍ଗନା ଏବେ ଅନୁଭବ କରୁଛନ୍ତି ଯେ ଅଭିନେତ୍ରୀ ଜୀବନ ବହୁତ ସହଜ ଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି, ମୁଁ ସର୍ବଦା ନିଷ୍ଠାର ସହ କାମ କରେ। ରାଜନୈତିକ କ୍ୟାରିୟରରେ […]
ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ୨୦୨୪ ଲୋକସଭା ନିର୍ବାଚନରେ ହିମାଚଳପ୍ରଦେଶର ମଣ୍ଡି ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ବିକ୍ରମାଦିତ୍ୟ ସିଂହଙ୍କୁ ସେ ୭୪,୭୫୫ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ତେବେ ସାଂସଦ ଭାବେ ନିଜ ଦାୟିତ୍ବ ଗ୍ରହଣ କରିବାପରେ କଙ୍ଗନା ଏବେ ଅନୁଭବ କରୁଛନ୍ତି ଯେ ଅଭିନେତ୍ରୀ ଜୀବନ ବହୁତ ସହଜ ଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି, ମୁଁ ସର୍ବଦା ନିଷ୍ଠାର ସହ କାମ କରେ। ରାଜନୈତିକ କ୍ୟାରିୟରରେ ମଧ୍ୟ ମୁଁ ମୋ କାର୍ଯ୍ୟରେ ଆଗକୁ ବଢ଼ିବି। କିନ୍ତୁ ମୁଁ ଏକଥାକୁ ଆଦୌ ଅଗ୍ରାହ୍ୟ କରିବିନି ଯେ ରାଜନୀତି ଅପେକ୍ଷା ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଅତି ସହଜ। ରାଜନେତାଙ୍କ ଜୀବନ ଅତ୍ୟନ୍ତ କଷ୍ଟଦାୟକ। ରାଜନେତାଙ୍କ ଜୀବନକୁ ଡାକ୍ତରଙ୍କ ସହ ତୁଳନା କରି କଙ୍ଗନା କହିଛନ୍ତି, ରାଜନେତାଙ୍କ ଜୀବନ ଡାକ୍ତରଙ୍କ ଭଳି , ଯେଉଁଠି କେବଳ ସମସ୍ୟାରେ ଥିବା ଲୋକ ହିଁ ଆପଣଙ୍କୁ ଦେଖା କରିବାକୁ ଆସିବେ। କିନ୍ତୁ ଯେତେବେଳେ ଆପଣ ଫିଲ୍ମ ଦେଖିବାକୁ ଯାଉଛନ୍ତି ସେତେବେଳେ ଆପଣ ପୂରା ଆନନ୍ଦରେ ଯାଉଛନ୍ତି। କିନ୍ତୁ ରାଜନୀତି ସେମିତି ନୁହେଁ। କଙ୍ଗନା କହିଛନ୍ତି, ଏହା ପ୍ରଥମ ନୁହେଁ ତାଙ୍କୁ ପୂର୍ବରୁ ମଧ୍ୟ ରାଜନୀତିରେ ଯୋଗ ଦେବାପାଇଁ ଅଫର୍ ମିଳିଥିଲା। ତାଙ୍କ ଜେଜେବାପା ୩ଟି କାର୍ଯ୍ୟକାଳରେ ବିଧାୟକ ଥିଲେ।




