ରାଜନୀତିକୁ ଫେରିବା ନେଇ ଶଶିକଳାଙ୍କ ଘୋଷଣା

ନୂଆଦିଲ୍ଲୀ: ତାମିଲାନଡ଼ୁରେ ବିରୋଧୀ ଦଳ ଏଆଇଏଡିଏମ୍କେ ଲୋକସଭା ନିର୍ବାଚନରେ ପରାଜୟ ସ୍ବୀକାର କରିବା ପରେ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ରାଜନୀତିକୁ ଫେରିବା ପାଇଁ ଘୋଷଣା କରିଛନ୍ତି। ଶଶିକଳା କହିଛନ୍ତି, ମୁଁ ପୁଣିଥରେ ରାଜନୀତିକୁ ଫେରୁଥିବାରୁ ଏଆଇଏଡିଏମ୍କେ ଆଦୌ ଶେଷ ହୋଇନି। ଦଳରେ ସାଧାରଣ ସଚିବ ଭଳି ପ୍ରଭାବଶାଳୀ ପଦରେ ଥିବା ଶଶିକଳା ଦୀର୍ଘଦିନ ଧରି ରାଜନୀତିରୁ ଦୂରେଇ ରହିଥିଲେ। ଦଳର ବିଶ୍ବସ୍ତ ନେତାମାନେ ଜୟଲଳିତାଙ୍କୁ ଆମ୍ମା ଏବଂ ଶଶିକଳାଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ: ତାମିଲାନଡ଼ୁରେ ବିରୋଧୀ ଦଳ ଏଆଇଏଡିଏମ୍କେ ଲୋକସଭା ନିର୍ବାଚନରେ ପରାଜୟ ସ୍ବୀକାର କରିବା ପରେ ଏବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ରାଜନୀତିକୁ ଫେରିବା ପାଇଁ ଘୋଷଣା କରିଛନ୍ତି। ଶଶିକଳା କହିଛନ୍ତି, ମୁଁ ପୁଣିଥରେ ରାଜନୀତିକୁ ଫେରୁଥିବାରୁ ଏଆଇଏଡିଏମ୍କେ ଆଦୌ ଶେଷ ହୋଇନି। ଦଳରେ ସାଧାରଣ ସଚିବ ଭଳି ପ୍ରଭାବଶାଳୀ ପଦରେ ଥିବା ଶଶିକଳା ଦୀର୍ଘଦିନ ଧରି ରାଜନୀତିରୁ ଦୂରେଇ ରହିଥିଲେ। ଦଳର ବିଶ୍ବସ୍ତ ନେତାମାନେ ଜୟଲଳିତାଙ୍କୁ ଆମ୍ମା ଏବଂ ଶଶିକଳାଙ୍କୁ ଚିନ୍ନାମ୍ମା ଡାକନ୍ତି। ତେବେ ୨୦୨୬ ବିଧାନସଭା ନିର୍ବାଚନରେ ସେ ଏଆଇଏଡିଏମ୍କୁ କ୍ଷମତାକୁ ଫେରାଇ ଆଣିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଶଶିକଳା କହିଛନ୍ତି, ୨୦୨୬ରେ ଆମେ ଆମ୍ମା ସରକାର ଗଢ଼ିବା। ତାହା ପୁଣି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବୋଲି ଶଶିକଳା କହିଛନ୍ତି। ଲୋକସଭା ନିର୍ବାଚନରେ ଦଳର ଏଭଳି କ୍ଷତି ପାଇଁ ଶଶିକଳା କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ସ୍ବାର୍ଥପର ଲୋକଙ୍କ ପାଇଁ ଦଳକୁ ଏଭଳି ପରାଜୟ ସ୍ବୀକାର କରିବାକୁ ପଡ଼ିଲା। ତେବେ ଦଳର ଭବିଷ୍ୟତରେ ଶଶିକଳା ଦୃଢ଼ ବିଶ୍ବାସ ରଖିଛନ୍ତି। ଶଶିକଳା କହିଛନ୍ତି, ଚିନ୍ତା କରନା। ଆଗକୁ ସମୟ ଆସିବ ଯେତେବେଳେ ତାମିଲନାଡ଼ୁର ଲୋକମାନେ ଆମ ସହ ରହିବେ।

Tags: