ରାଜକୁମାର ରାଓ ଜାତୀୟ ଆଇକନ ନିଯୁକ୍ତ

ନୂଆଦିଲ୍ଲୀ: ବଲିଉଡ଼୍‌ ଅଭିନେତା ରାଜକୁମାର ରାଓଙ୍କୁ ନିର୍ବାଚନ କମିସନ ନ୍ୟାସନାଲ ଆଇକନ ତଥା‌ ଜାତୀୟ ଆଇନକ ଭାବେ ନିଯୁକ୍ତ କରିଛନ୍ତି। ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ରାଜକୁମାରଙ୍କୁ ଏହି ନିଯୁକ୍ତି ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିସନ ରାଜୀବ କୁମାର ରାଜକୁମାର ରାଓଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ନିର୍ବାଚନ କମିସନଙ୍କ କହିବାନୁଯାୟୀ, ନିର୍ବାଚନରେ ଅଂଶଗ୍ରହଣ କରିବା ଲାଗି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ରାଜକୁମାରଙ୍କୁ ଏହି […]

Samaya Live Picture
Published On

ନୂଆଦିଲ୍ଲୀ: ବଲିଉଡ଼୍‌ ଅଭିନେତା ରାଜକୁମାର ରାଓଙ୍କୁ ନିର୍ବାଚନ କମିସନ ନ୍ୟାସନାଲ ଆଇକନ ତଥା‌ ଜାତୀୟ ଆଇନକ ଭାବେ ନିଯୁକ୍ତ କରିଛନ୍ତି। ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ରାଜକୁମାରଙ୍କୁ ଏହି ନିଯୁକ୍ତି ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିସନ ରାଜୀବ କୁମାର ରାଜକୁମାର ରାଓଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ନିର୍ବାଚନ କମିସନଙ୍କ କହିବାନୁଯାୟୀ, ନିର୍ବାଚନରେ ଅଂଶଗ୍ରହଣ କରିବା ଲାଗି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ରାଜକୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ରାଜକୁମାର ରାଓ ନିଉଟନ (୨୦୧୭) ସିନେମାରେ ଜଣେ ନୀତିବାନ ସରକାରୀ କିରାଣି ଭାବେ ନିଯୁକ୍ତି ପାଇ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ପ୍ରତିବଦ୍ଧ ଥିଲେ। ଏଥିପାଇଁ ସେ ପ୍ରଶଂସିତ ହୋଇଥିଲେ।

Tags: