ରାଏବରେଲି ଆସନରେ ଭଉଣୀ ବିରୋଧରେ ଲଢ଼ିବାପାଇଁ ବିଜେପି ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧି
ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢ଼ିବାପାଇଁ ବିଜେପି ଅଫର ଦେଇଛି। କିନ୍ତୁ ନିଜର ଜଣେ ସମ୍ପର୍କୀୟ ଭଉଣୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେନି ବୋଲି ବରୁଣ ଗାନ୍ଧି ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ରାଏବରେଲି ୨୦୦୪ ମସିହାରୁ କଂଗ୍ରେସର ଏକ ଶକ୍ତିଶାଳୀ ଗଡ଼ରେ ପରିଣତ ହୋଇଛି। ୨୦୦୪ ମସିହାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଏବରେଲି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ଚଳିତବର୍ଷ ସେ ରାଜ୍ୟସଭାକୁ ନିର୍ବାଚିତ […]
ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢ଼ିବାପାଇଁ ବିଜେପି ଅଫର ଦେଇଛି। କିନ୍ତୁ ନିଜର ଜଣେ ସମ୍ପର୍କୀୟ ଭଉଣୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେନି ବୋଲି ବରୁଣ ଗାନ୍ଧି ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ରାଏବରେଲି ୨୦୦୪ ମସିହାରୁ କଂଗ୍ରେସର ଏକ ଶକ୍ତିଶାଳୀ ଗଡ଼ରେ ପରିଣତ ହୋଇଛି। ୨୦୦୪ ମସିହାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଏବରେଲି ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ଚଳିତବର୍ଷ ସେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉକ୍ତ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। କିନ୍ତୁ ବିଜେପି ଉକ୍ତ ଆସନରେ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାପାଇଁ ଚାହିଥିବାବେଳେ ବରୁଣ ଗାନ୍ଧି ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ରାଏବରେଲିରେ ବରୁଣ ଗାନ୍ଧି ପଶିବାକୁ ଚାହିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବରୁଣ ଗାନ୍ଧି ଏବେ ପିଲିଭିଟ ଆସନରେ ସାଂସଦ ଅଛନ୍ତି। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବରୁଣ ଗାନ୍ଧିଙ୍କୁ ପିଲିଭିଟ୍ ଆସନରୁ ବାଦ୍ ଦେଇଛି। ବିଜେପି ପୂର୍ବତନ ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି। ତେବେ ବିଜେପିର ଏହି ନିଷ୍ପତ୍ତିରେ ବରୁଣ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଏବରେଲିରେ ଗାନ୍ଧି ପରିବାରର ସଦସ୍ୟଙ୍କୁ କିଏ ଚ୍ୟାଲେଂଜ କରିପାରିବ ସେନେଇ ବିଜେପି ଅନେକ ସର୍ଭେ କରି ସାରିଛି। ରାଏବରେଲି ହେଉଛି କଂଗ୍ରେସର ଗଡ଼। ସୋନିଆଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ୧୯୬୭ରୁ ୧୯୮୪ ମଧ୍ୟରେ ଅନେକ ଥର ରାଏବରେଲି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।




