ରାଏବରେଲିରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶର ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରୁ ପ୍ରିୟଙ୍କା ପ୍ରଥମ ଥର ପାଇଁ ଲୋକସଭା ନିର୍ବାନଚନ ଲଢ଼ିବେ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପୂର୍ବ ଥର ପରି ଆମେଥି ସହ ୱାୟନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥିରୁ ଲୋକସଭା ନିର୍ବାଚନ ହାରି ଯାଇଥିଲେ। କିନ୍ତୁ ୱାୟନାଡ଼ରେ ଜିତିଥିଲେ। ତେବେ ପ୍ରିୟଙ୍କା ତାଙ୍କ ମା’ ସୋନିଆଙ୍କ ରାଏବରେଲି ଆସନରୁ ନିର୍ବାଚନ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶର ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରୁ ପ୍ରିୟଙ୍କା ପ୍ରଥମ ଥର ପାଇଁ ଲୋକସଭା ନିର୍ବାନଚନ ଲଢ଼ିବେ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପୂର୍ବ ଥର ପରି ଆମେଥି ସହ ୱାୟନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥିରୁ ଲୋକସଭା ନିର୍ବାଚନ ହାରି ଯାଇଥିଲେ। କିନ୍ତୁ ୱାୟନାଡ଼ରେ ଜିତିଥିଲେ। ତେବେ ପ୍ରିୟଙ୍କା ତାଙ୍କ ମା’ ସୋନିଆଙ୍କ ରାଏବରେଲି ଆସନରୁ ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ସାନିଆ ୫ ଥର ନିର୍ବାଚନ ଜିତିଥିଲେ। ୨୦୧୯ ନିର୍ବାଚନରେ ସୋନିଆ ଏକମାତ୍ର କଂଗ୍ରେସ ନେତ୍ରୀ ଭାବେ ଉତ୍ତରପ୍ରଦେଶରୁ ନିର୍ବାଚନ ଜିତିଥିଲେ। ଚଳିତ ଥର ସୋନିଆ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ସୋନିଆ ଚଳିତ ଥର ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସୋନିଆଙ୍କ ପରେ ଉକ୍ତ ଆସନରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ। ଏନେଇ ରାଏବରେଲିରେ ପୋଷ୍ଟର ଲାଗିଛି। ପ୍ରିୟଙ୍କାଙ୍କୁ ରାଏବରେଲି ପ୍ରାର୍ଥୀ କରିବାପାଇଁ ଅନୁରୋଧ କରି ରାଏବରେଲିରେ ପୋଷ୍ଟର ଲାଗିଛି। କଂଗ୍ରେସ ଏହି ଅନୁରୋଧ ରକ୍ଷା କରି ପ୍ରିୟଙ୍କାଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି।

Tags: