ରମଜାନ୍‌ ପାଇଁ ତେଲେଙ୍ଗାନାରେ ମୁସଲମାନ କର୍ମଚାରୀଙ୍କୁ ଘଣ୍ଟାଏ ଆଗୁଆ ଛୁଟି

ନୂଆଦିଲ୍ଲୀ: ମାର୍ଚ୍ଚ ୨ ତାରିଖରୁ ପବିତ୍ର ରମଜାନ୍‌ ମାସ ଆରମ୍ଭ ହେବ। ଏଥିପାଇଁ କଂଗ୍ରେସ ନେତୃତ୍ବାଧୀନ ତେଲେଙ୍ଗାନା ସରକାର ରାଜ୍ୟର ସମସ୍ତ ମୁସଲମାନ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସମସ୍ତ ମୁସଲମାନ ସରକାରୀ କର୍ମଚାରୀ ରମଜାନ୍‌ ମାସ ସମୟରେ ସେମାନଙ୍କ କାର୍ଯ୍ୟ ଶେଷ ହେବାର ଘଣ୍ଟା‌ଏ ପୂର୍ବରୁ ଛୁଟି ନେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସରକାରୀ ଚିଠି ମଧ୍ୟ ଜାରି ହୋଇସାରିଛି। ଏହାଦ୍ବାରା ସରକାରୀ କର୍ମଚାରୀମାନେ ଅପରାହ୍ନ ୪ଟା‌ରେ ଘଣ୍ଟାଏ […]

ରମଜାନ୍‌ ପାଇଁ ତେଲେଙ୍ଗାନାରେ ମୁସଲମାନ କର୍ମଚାରୀଙ୍କୁ ଘଣ୍ଟାଏ ଆଗୁଆ ଛୁଟି
Samaya Live Picture
Published On

ନୂଆଦିଲ୍ଲୀ: ମାର୍ଚ୍ଚ ୨ ତାରିଖରୁ ପବିତ୍ର ରମଜାନ୍‌ ମାସ ଆରମ୍ଭ ହେବ। ଏଥିପାଇଁ କଂଗ୍ରେସ ନେତୃତ୍ବାଧୀନ ତେଲେଙ୍ଗାନା ସରକାର ରାଜ୍ୟର ସମସ୍ତ ମୁସଲମାନ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସମସ୍ତ ମୁସଲମାନ ସରକାରୀ କର୍ମଚାରୀ ରମଜାନ୍‌ ମାସ ସମୟରେ ସେମାନଙ୍କ କାର୍ଯ୍ୟ ଶେଷ ହେବାର ଘଣ୍ଟା‌ଏ ପୂର୍ବରୁ ଛୁଟି ନେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସରକାରୀ ଚିଠି ମଧ୍ୟ ଜାରି ହୋଇସାରିଛି। ଏହାଦ୍ବାରା ସରକାରୀ କର୍ମଚାରୀମାନେ ଅପରାହ୍ନ ୪ଟା‌ରେ ଘଣ୍ଟାଏ ଆଗରୁ ଅଫିସରୁ ଯାଇପାରିବେ। ତେବେ ତେଲେଙ୍ଗାନା ସରକାରଙ୍କ ଏହି ପଦ‌କ୍ଷେପକୁ ବିଜେପି ତୀବ୍ର ବିରୋଧ କରିଛି। ତେଲେଙ୍ଗାନା ମୁସଲମାନ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବାପାଇଁ ଏଭଳି ଉଦ୍ୟମ କରାଯାଇଛି ବୋଲି ବିଜେପି କହିଛି।

Tags: