ରବର୍ଟ ଭଦ୍ରାଙ୍କୁ କାହିଁକି ଆଦାନୀଙ୍କ ସହ ଦେଖିବାକୁ ମିଳିଥିଲା : ସ୍ମୃତି
ନୂଆଦିଲ୍ଲୀ, ୨୮/୩ : ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଏହାର ଆନ୍ଦୋଳନ ଜାରି ରଖିଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ରାହୁଲଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ସହ ଆଦାନୀଙ୍କର ୨୦୦୯ ମସିହାର ଏକ ଫଟୋକୁ ଦର୍ଶାଇ ସ୍ମୃତି କହିଛନ୍ତି, ଭଦ୍ରାଙ୍କୁ କାହିଁକି ଆଦାନୀଙ୍କ ସହ ଦେଖିବାକୁ ମିଳିଥିଲା। ଯଦି ରାହୁଲ ଗାନ୍ଧିଙ୍କର ଆଦାନୀଙ୍କ ସହ ସମସ୍ୟା ଅଛି ତେବେ ରବର୍ଟ ଭଦ୍ରା କାହିଁକି ଆଦାନୀଙ୍କ ହାତ ଧରିଥିବା ଦେଖିବାକୁ […]
ନୂଆଦିଲ୍ଲୀ, ୨୮/୩ : ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଏହାର ଆନ୍ଦୋଳନ ଜାରି ରଖିଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ରାହୁଲଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କ ସହ ଆଦାନୀଙ୍କର ୨୦୦୯ ମସିହାର ଏକ ଫଟୋକୁ ଦର୍ଶାଇ ସ୍ମୃତି କହିଛନ୍ତି, ଭଦ୍ରାଙ୍କୁ କାହିଁକି ଆଦାନୀଙ୍କ ସହ ଦେଖିବାକୁ ମିଳିଥିଲା। ଯଦି ରାହୁଲ ଗାନ୍ଧିଙ୍କର ଆଦାନୀଙ୍କ ସହ ସମସ୍ୟା ଅଛି ତେବେ ରବର୍ଟ ଭଦ୍ରା କାହିଁକି ଆଦାନୀଙ୍କ ହାତ ଧରିଥିବା ଦେଖିବାକୁ ମିଳିଥିଲା। ସ୍ମୃତି ଇରାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ସ୍ମୃତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲଙ୍କ ଘୃଣା ତାଙ୍କ ବ୍ରିଟେନ ଗସ୍ତ ସମୟରେ ସ୍ପଷ୍ଟ ଦେଖାଯାଇଥିଲା।




