ରଣଥମ୍ବୋର ଜାତୀୟ ଉଦ୍ୟାନରୁ ବର୍ଷକରେ ୨୫ ବାଘ ନିଖୋଜ
ଜୟପୁର: ରଣଥମ୍ବୋର ଜାତୀୟ ଉଦ୍ୟାନ (ଆର୍ଏନ୍ପି)ରେ ଥିବା ୭୫ଟି ବାଘ ମଧ୍ୟରୁ ୨୫ଟି ଗତ ଏକ ବର୍ଷ ମଧ୍ୟରେ ନିଖୋଜ ହୋଇଯାଇଛନ୍ତି। ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବାଘ ନିଖୋଜ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ଏହା ପୂର୍ବରୁ ଜାନୁଆରି ୨୦୧୯ରୁ ୨୦୨୨ ଜାନୁଆରି ମଧ୍ୟରେ ରଣଥମ୍ବୋରରୁ ୧୩ଟି ବାଘ ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା। ନିଖୋଜ ଘଟଣାର ତଦନ୍ତ ପାଇଁ ବନ୍ୟପ୍ରାଣୀ ବିଭାଗ ଏକ ତିନିଜଣିଆ କମିଟି ଗଠନ କରିଛି। […]
ଜୟପୁର: ରଣଥମ୍ବୋର ଜାତୀୟ ଉଦ୍ୟାନ (ଆର୍ଏନ୍ପି)ରେ ଥିବା ୭୫ଟି ବାଘ ମଧ୍ୟରୁ ୨୫ଟି ଗତ ଏକ ବର୍ଷ ମଧ୍ୟରେ ନିଖୋଜ ହୋଇଯାଇଛନ୍ତି। ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ବାଘ ନିଖୋଜ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ଏହା ପୂର୍ବରୁ ଜାନୁଆରି ୨୦୧୯ରୁ ୨୦୨୨ ଜାନୁଆରି ମଧ୍ୟରେ ରଣଥମ୍ବୋରରୁ ୧୩ଟି ବାଘ ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା। ନିଖୋଜ ଘଟଣାର ତଦନ୍ତ ପାଇଁ ବନ୍ୟପ୍ରାଣୀ ବିଭାଗ ଏକ ତିନିଜଣିଆ କମିଟି ଗଠନ କରିଛି। ଏହି ଟିମ୍ ମନିଟରିଂ ରେକର୍ଡର ସମୀକ୍ଷା କରିବ ଏବଂ ପାର୍କ ଅଧିକାରୀଙ୍କ କୌଣସି ତ୍ରୁଟି ଦେଖାଗଲେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବ। ଚଳିତ ବର୍ଷ ମେ ୧୭ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଦେଖିବାକୁ ମିଳି ନ ଥିବା ୧୪ଟି ବାଘକୁ ଖୋଜିବା ଉପରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୪ ତାରିଖରେ ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ରଣଥମ୍ବୋରର ମନିଟରିଂ ଆକଳନରୁ ବାଘ ନିଖୋଜ ହେବା ଖବର ବାରମ୍ବାର ସାମ୍ନାକୁ ଆସିଛି। ପାର୍କର କ୍ଷେତ୍ର ନିର୍ଦେଶକଙ୍କୁ ବାରମ୍ବାର ନୋଟିସ୍ ପଠାଯାଇଥିଲେ ମଧ୍ୟ କୌଣସି ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଉଦ୍ୟାନ ଅଧିକାରୀମାନେ କହିଛନ୍ତି ଯେ ବାଘଙ୍କ ଅତ୍ୟଧିକ ଭିଡ଼ କାରଣରୁ ରଣଥମ୍ବୋର ଆହ୍ୱାନର ସମ୍ମୁଖୀନ ହେଉଛି। ୭୫ଟି ବାଘ (ଛୋଟ ବାଘ ଓ ଶାବକ ସହ) ପାଇଁ ଉଦ୍ୟାନର ୯୦୦ ବର୍ଗ କିଲୋମିଟର ଅଞ୍ଚଳ ଯଥେଷ୍ଟ ହେଉନାହିଁ। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (୨୦୦୬-୨୦୧୪)ର ଏକ ଅଧ୍ୟୟନ ଅନୁଯାୟୀ, ଏହି ପାର୍କରେ ପ୍ରାୟ ୪୦ଟି ବୟସ୍କ ବାଘ ସୁରକ୍ଷିତ ଭାବେ ରହିପାରିବେ।




