ରଜନୀକାନ୍ତ ଯୋଗୀଙ୍କ ପାଦ ଛୁଇଁବାକୁ ନେଇ ବିବାଦ
ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନରେ ଭେଟିବା ସମୟରେ ପାଦ ଛୁଇଁ ପ୍ରଣାମ କରିଥିଲେ। ଉକ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ବିବାଦ ସୃଷ୍ଟି କରିଛି। କିଛି ଲୋକ ଏହାକୁ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛନ୍ତି। କିନ୍ତୁ ଅନ୍ୟ କେତେକ ବ୍ୟକ୍ତି ରଜନୀକାନ୍ତଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି। ରଜନୀକାନ୍ତ ଗତ ଶୁକ୍ରବାର ତାଙ୍କ ସିନେମା ଜେଲରର ସ୍କ୍ରିନିଂ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର […]
ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନରେ ଭେଟିବା ସମୟରେ ପାଦ ଛୁଇଁ ପ୍ରଣାମ କରିଥିଲେ। ଉକ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ବିବାଦ ସୃଷ୍ଟି କରିଛି। କିଛି ଲୋକ ଏହାକୁ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛନ୍ତି। କିନ୍ତୁ ଅନ୍ୟ କେତେକ ବ୍ୟକ୍ତି ରଜନୀକାନ୍ତଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି। ରଜନୀକାନ୍ତ ଗତ ଶୁକ୍ରବାର ତାଙ୍କ ସିନେମା ଜେଲରର ସ୍କ୍ରିନିଂ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶନିବାର ରଜନୀକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତାଙ୍କୁ ନମସ୍କାର କରିବା ସହିତ ପାଦ ଛୁଇଁଥିଲେ। ଏଥିସହିତ ଫୁଲତୋଡ଼ା ଦେବାପରେ ଉଭୟ ଫଟୋ ପାଇଁ ପୋଜ୍ ଦେଇଥିଲେ।
ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି କହିଛନ୍ତି, ରଜନୀକାନ୍ତ ତାମିଲନାଡ଼ୁର ଲଜ୍ଜା। ଅଧ୍ୟାତ୍ମିକତା କେବେ ବି ଆତ୍ମସମ୍ମାନ ହରାଇବା ସଂପର୍କରେ କହିନାହିଁ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଏ କି ଅବନତି! ୭୨ ବର୍ଷୀୟ ରଜନୀକାନ୍ତ ୫୧ ବର୍ଷୀୟ ଯୋଗୀଙ୍କ ପାଦ ଛୁଉଁଛନ୍ତି। ତେବେ ରଜନୀକାନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିବା ବ୍ୟକ୍ତିମାନେ କହିଛନ୍ତି, ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହିତ ଗୋରଖପୁର ମଠର ମହନ୍ତ। ତେଣୁ ରାଜନେତା ବ୍ୟତୀତ ସେ ଜଣେ ଯୋଗୀ ଓ ସନ୍ନ୍ୟାସୀ। ତେଣୁ ତାଙ୍କ ସମ୍ମୁଖରେ ମଥା ନୁଆଁଇଲେ କିଛି ଅସୁବିଧା ନାହିଁ ବୋଲି ଜଣେ କହିଛନ୍ତି।




