ଯୌନ ଉତ୍ପୀଡ଼ନ ମାମଲାରେ ବାରଣାସୀରେ ୩ ଗିରଫ, ଅଖିଳେଶଙ୍କ ଅଭିଯୋଗ, ଅଭିଯୁକ୍ତର ବିଜେପି ସହ ସମ୍ପୃକ୍ତି ଅଛି

ଲକ୍ଷ୍ନୌ : ନଭେମ୍ବର ୨ ତାରିଖରେ ବାରଣାସୀର ଆଇଆଇଟି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ପରିସରରେ ଜଣେ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ତେବେ ଉକ୍ତ ଘଟଣାର ୨ ମାସ ପରେ ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଦାବି କରିଛନ୍ତି ଯେ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ। ଗିରଫ ହୋଇଥିବା ୩ ବ୍ୟକ୍ତି ତାଙ୍କୁ ଯୌନ ନିର୍ଯାତନା ଦେବା ସହ […]

Samaya Live Picture
Published On

ଲକ୍ଷ୍ନୌ : ନଭେମ୍ବର ୨ ତାରିଖରେ ବାରଣାସୀର ଆଇଆଇଟି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ପରିସରରେ ଜଣେ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ତେବେ ଉକ୍ତ ଘଟଣାର ୨ ମାସ ପରେ ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଦାବି କରିଛନ୍ତି ଯେ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ। ଗିରଫ ହୋଇଥିବା ୩ ବ୍ୟକ୍ତି ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଉକ୍ତ ଘଟଣାର ଭିଡିଓ ରେକର୍ଡ କରାଇଥିଲେ। ୩ ଅଭିଯୁକ୍ତ ହେଉଛନ୍ତି କୁନାଲ ପାଣ୍ଡେ, ଆନନ୍ଦ ଓରଫ ଅଭିଶେକ ଚୌହାନ ଏବଂ ସକ୍ଷମ ପଟେଲ। ଉକ୍ତ ୩ ଜଣଙ୍କୁ ବାରଣାସୀରେ ଗିରଫ କରାଯାଇଛି। ତେବେ ଅଖିଳେଶ ଦାବି କରିଛନ୍ତି ଯେ ଉକ୍ତ ୩ ଅଭିଯୁକ୍ତ ହେଉଛନ୍ତି ବିଜେପି କର୍ମୀ।

Tags: