ଯୌତୁକ ନିର୍ପାତନା ପାଇଁ ବିବାହର ୬ ମାସ ପରେ ଆତ୍ମହତ୍ୟା କରିଦେଲେ ସଫ୍ଟୱେୟାର ଇଞ୍ଜିନିୟର
ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟର ନିଜ ସ୍ବାମୀଙ୍କ ଦ୍ବାରା ଯୌତୁକ ନିର୍ଯାତନାର ଶିକାର ହେବାପରେ ଆତ୍ମହତ୍ୟା କରିଦେଇଛନ୍ତି। ସାଇବରାବାଦ୍ର ରାଇଡୁରଗାମ୍ରେ ଏହି ଇଞ୍ଜିନିୟର ଜଣଙ୍କ ତାଙ୍କ ଆପାର୍ଟମେଣ୍ଟ ଫ୍ଲାଟ୍ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ଦେବିକା। ସେ ୬ ମାସ ପୂର୍ବେ ସତୀଶ ଚନ୍ଦ୍ରଙ୍କୁ ବିବାହ କରିଥିଲେ। ପୂର୍ବରୁ ସେମାନେ ୨ ବର୍ଷ ପ୍ରେମ ସମ୍ପର୍କରେ ଥିଲେ। ଦେବିକାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସତୀଶ ତାଙ୍କୁ ନିର୍ଯାତନା ଦେଇଛନ୍ତି। […]
ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟର ନିଜ ସ୍ବାମୀଙ୍କ ଦ୍ବାରା ଯୌତୁକ ନିର୍ଯାତନାର ଶିକାର ହେବାପରେ ଆତ୍ମହତ୍ୟା କରିଦେଇଛନ୍ତି। ସାଇବରାବାଦ୍ର ରାଇଡୁରଗାମ୍ରେ ଏହି ଇଞ୍ଜିନିୟର ଜଣଙ୍କ ତାଙ୍କ ଆପାର୍ଟମେଣ୍ଟ ଫ୍ଲାଟ୍ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ଦେବିକା। ସେ ୬ ମାସ ପୂର୍ବେ ସତୀଶ ଚନ୍ଦ୍ରଙ୍କୁ ବିବାହ କରିଥିଲେ। ପୂର୍ବରୁ ସେମାନେ ୨ ବର୍ଷ ପ୍ରେମ ସମ୍ପର୍କରେ ଥିଲେ। ଦେବିକାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସତୀଶ ତାଙ୍କୁ ନିର୍ଯାତନା ଦେଇଛନ୍ତି। ଦେବିକାଙ୍କ ଘରର ଏକ ଫ୍ଲାଟ୍ ଏବଂ ଅନ୍ୟ ଏକ ଜମିକୁ ସତୀଶ ନିଜ ନାଁକୁ କରିନେବାପାଇଁ ଦାବି କରିଥିଲା ଏବଂ ଏଥିପାଇଁ ତାଙ୍କୁ ନିର୍ଯାତନା ଦେଉଥିଲା ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ରାଇଡୁରଗାମ ପୁଲିସ ଏନେଇ ସତୀଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛି ଏବଂ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଦେବିକାଙ୍କ ମା’ ଲକ୍ଷ୍ମୀ କହିଛନ୍ତି, ବିବାହ ସମୟରେ ସେ ତାଙ୍କ ଝିଅକୁ ଟଙ୍କା ଏବଂ ଗହଣା ଦେଇଥିଲେ। କିନ୍ତୁ ସତୀଶ ଏକ ଫ୍ଲାଟ୍ର ମାଲିକାନା ପାଇଁ ବାରମ୍ବାର ଦେବିକାଙ୍କୁ ନିର୍ଯାତନା ଦେଉଥିଲେ। ଏଥିପାଇଁ ବାରମ୍ବାର ସେମାନଙ୍କ ମଧ୍ୟରେ ଝଗଡ଼ା ହୁଏ। ଗତ ରବିବାର ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସତୀଶ ଘରୁ ବାହାରି ପଳାଇଲେ। ଦେବିକା ଅନେକ ଥର ଫୋନ୍ କରି ମଧ୍ୟ ସତୀଶ ଉଠାଇନଥିଲେ। ବିଳମ୍ବିତ ରାତିରେ ସେ ଘରକୁ ଫେରିବାପରେ ନିଜ ପାଖରେ ଥିବା ଚାବିରେ ଘର କବାଟ ଖୋଲି ଘରକୁ ପଶିଥିଲେ। ବେଡରୁମ୍ କବାଟ ବାଡ଼େଇବାରୁ ଦେବିକା ଖୋଲିନଥିଲେ। ସେ ଶୋଇପଡ଼ିଥିବେ ଭାବି ସତୀଶ ଅନ୍ୟ ଏକ ରୁମ୍ରେ ଶୋଇ ପଡ଼ିଲେ। ପରଦିନ ସକାଳେ ସେ ଦେବିକାଙ୍କୁ ଡାକିବାରୁ ସେ ଉଠିନଥିଲେ। ଏହାପରେ ସେ କବାଟ ଖୋଲିବାପରେ ଦେବିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।




