ଯୋଧପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରି ଜାଳିଦେଲେ , ୬ ମାସର ଶିଶୁକୁ ବି ଛାଡ଼ିଲେନି
ଯୋଧପୁର : ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଇଛି। ହତ୍ୟା ପରେ ସେମାନଙ୍କ ଶରୀରରେ ନିଆଁ ଲଗାଇ ଜାଳି ଦିଆଯାଇଛି। ହତ୍ୟାକାରୀ ୬ ମାସର ଶିଶୁକୁ ବି ଛାଡ଼ିନି। ସେମାନଙ୍କ ଘର ବାହାରୁ ସେମାନଙ୍କ ମର ଶରୀର ମିଳିଛି। କୌଣସି ପୂର୍ବ ଶତ୍ରୁତା ପାଇଁ ଏହି ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଯୋଧପୁରର ଚେରାଇ ଗ୍ରାମରେ ଏହି ଘଟଣା ଘଟିଛି। ହତ୍ୟାକାରୀ ସମସ୍ତ ପରିବାର […]
ଯୋଧପୁର : ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଇଛି। ହତ୍ୟା ପରେ ସେମାନଙ୍କ ଶରୀରରେ ନିଆଁ ଲଗାଇ ଜାଳି ଦିଆଯାଇଛି। ହତ୍ୟାକାରୀ ୬ ମାସର ଶିଶୁକୁ ବି ଛାଡ଼ିନି। ସେମାନଙ୍କ ଘର ବାହାରୁ ସେମାନଙ୍କ ମର ଶରୀର ମିଳିଛି। କୌଣସି ପୂର୍ବ ଶତ୍ରୁତା ପାଇଁ ଏହି ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଯୋଧପୁରର ଚେରାଇ ଗ୍ରାମରେ ଏହି ଘଟଣା ଘଟିଛି। ହତ୍ୟାକାରୀ ସମସ୍ତ ପରିବାର ସଦସ୍ୟଙ୍କୁ ସେମାନଙ୍କ ଘରେ ହତ୍ୟା କରିଥିଲେ ଏବଂ ଏହାପରେ ସେମାନଙ୍କ ମର ଶରୀରକୁ ବାହାରକୁ ଟାଣି ଟାଣି ଆଣି ନିଆଁ ଲଗାଇ ଜାଳି ଦେଇଥିଲେ। ଏହାପରେ ସେମାନେ ଘରେ ମଧ୍ୟ ନିଆଁ ଲଗାଇ ଜାଳି ଦେଇଥିଲେ। ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘ୍ର ବାହାରେ ୪ଟି ମର ଶରୀର ପାଇଥିଲେ। ଯୋଧପୁର ରୁରାଲ ଏସ୍ପି ଧର୍ମେନ୍ଦ୍ର ସିଂହ ଯାଦବ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଏହା ଏକ ହତ୍ୟା। ଯୋଧପୁର ଜିଲ୍ଲାପାଳ ହିମାଂଶୁ ଗୁପ୍ତା, ଏସ୍ପି ସିଂହ ଏବଂ ଅନ୍ୟ ଅଫିସରମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।




