ଯୋଗୀଙ୍କ ଡିପଫେକ୍ ଭିଡିଓ ସେୟାର କରି ଉତ୍ତରପ୍ରଦେଶ ବ୍ୟକ୍ତି ଗିରଫ

ନୂ୍ଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିପଫେକ୍ ଭିଡିଓ ସେୟାର କରିଥିବାରୁ ଉତ୍ତରପ୍ରଦେଶ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ବିଭ୍ରାନ୍ତକାରୀ ସୂଚନା ପ୍ରସାିର କରିବାପାଇଁ ଏହି ଭିଡିଓ ବ୍ୟବହାର କରାଯାଇଥିଲା। ତେଣୁ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ବୋଲି ୟୁପି ଏସଟିଏଫ୍ ଅମିତାଭ ୟଶ କହିଛନ୍ତି। ଉକ୍ତ ବିବାଦୀୟ ଭିଡିଓର ବିଷୟବସ୍ତୁ ୨୦୧୯ରେ ଜମ୍ମୁ କାଶ୍ମୀରରେ ଏକ ସିଆରପିଏଫ୍ କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ ଅଟେ। ଉଲ୍ଲେଖଯୋଗ୍ୟ ଯେ […]

Samaya Live Picture
Published On

ନୂ୍ଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡିପଫେକ୍ ଭିଡିଓ ସେୟାର କରିଥିବାରୁ ଉତ୍ତରପ୍ରଦେଶ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ବିଭ୍ରାନ୍ତକାରୀ ସୂଚନା ପ୍ରସାିର କରିବାପାଇଁ ଏହି ଭିଡିଓ ବ୍ୟବହାର କରାଯାଇଥିଲା। ତେଣୁ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ବୋଲି ୟୁପି ଏସଟିଏଫ୍ ଅମିତାଭ ୟଶ କହିଛନ୍ତି। ଉକ୍ତ ବିବାଦୀୟ ଭିଡିଓର ବିଷୟବସ୍ତୁ ୨୦୧୯ରେ ଜମ୍ମୁ କାଶ୍ମୀରରେ ଏକ ସିଆରପିଏଫ୍ କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ ଅଟେ। ଉଲ୍ଲେଖଯୋଗ୍ୟ ଯେ ଡିପଫେକ୍ ଭିଡିଓକୁ ଡିଜିଟାଲ୍ ମାଧ୍ୟମରେ ଜଣଙ୍କ ମୁହଁକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁରେ ଯୋଡ଼ି ଦିଆଯାଏ। ଏହାଦ୍ବାରା ଅନେକ ସମୟରେ ଭୁଲ୍ ପ୍ରଚାର କରାଯାଏ। ତେବେ ଯୋଗୀଙ୍କର ଡିପଫେକ୍ ଭିଡିଓ ଏକ୍ସରେ ପୋଷ୍ଟ୍ ହେବାପରେ ଏହା ଭାଇରାଲ ହେବାରେ ଲାଗିଛି। ମିଥ୍ୟା ପ୍ରଚାର କରିବାପାଇଁ ଏହି ଭିଡିଓ ବ୍ୟବହାର କରାଯାଇଛି ବୋଲି ୟଶ କହିଛନ୍ତି। ନଏଡ଼ା ଏବଂ ଲଖିମପୁର ଖେରି ଜିଲ୍ଲା ବାସିନ୍ଦା ଶ୍ୟାମ କିଶେର ଗୁପ୍ତା ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଆଇପିସିର ଧାରା ୪୬୮ ଏବଂ ୫୦୫ (୨) ଅଧୀନରେ ଉକ୍ତ ଘଟଣାରେ ମାମଲା ରୁଜୁ ହୋଇଛି। ଗୁରୁବାର ଦିନ ଅଭିଯୁକ୍ତ ଶ୍ୟାମ କିଶୋର ଗୁପ୍ତା ଗିରଫ ହୋଇଛି।

•

Tags: