ଯୋଗୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଏମର୍ଜେନ୍ସି ସେବା ପାଇଁ ଜାରି ହୋଇଥିବା ଏକ ନମ୍ବର ‘ଡାଏଲ ୧୧୨’ରେ ଏକ ମେସେଜ ଦ୍ବାରା ଯୋଗୀଙ୍କୁ ହତ୍ୟା ଧମକ ମିଳିଛି। ଏଥିରେ ବ୍ୟକ୍ତି ଜଣଙ୍କ କହିଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମୁଁ ଖୁବ୍ ଶୀଘ୍ର ହତ୍ୟା କରିବି। ଯୋଗୀଙ୍କୁ ହତ୍ୟା ଧମକ ମିଳିବା ଘଟଣାରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୬, ୫୦୭ ଏବଂ ଆଇଟି ଆଇନ ୬୬ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଏମର୍ଜେନ୍ସି ସେବା ପାଇଁ ଜାରି ହୋଇଥିବା ଏକ ନମ୍ବର ‘ଡାଏଲ ୧୧୨’ରେ ଏକ ମେସେଜ ଦ୍ବାରା ଯୋଗୀଙ୍କୁ ହତ୍ୟା ଧମକ ମିଳିଛି। ଏଥିରେ ବ୍ୟକ୍ତି ଜଣଙ୍କ କହିଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମୁଁ ଖୁବ୍ ଶୀଘ୍ର ହତ୍ୟା କରିବି। ଯୋଗୀଙ୍କୁ ହତ୍ୟା ଧମକ ମିଳିବା ଘଟଣାରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୫୦୬, ୫୦୭ ଏବଂ ଆଇଟି ଆଇନ ୬୬ ଅଧୀନରେ ମାମଲା ରୁଜୁ ହୋଇଛି। ସେହିପରି ଆଇଟି ଆଇନର ଧାରା ୫୦୬ ଏବଂ ୫୦୭ ଅଧୀନରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଯୋଗୀଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି।

Tags: