ଯେକୌଣସି ସମୟରେ ଲୋକସଭା ନିର୍ବାଚନ ହୋଇପାରେ : ନୀତୀଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା Comprar cialis generico barato en españa ବାନାର୍ଜୀଙ୍କ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସମାନ ଦାବି କରିଛନ୍ତି। ନୀତୀଶ କହିଛନ୍ତି, ଯେକୌଣସି ସମୟରେ ୨୦୨୪ ଲୋକସଭା‌ ନିର୍ବାଚନ ହୋଇପାରେ। ତେବେ ଏହା ପ୍ରଥମ ଥର ନୁହେଁ ନୀତୀଶ ଦ୍ବିତୀୟ ଥର ପାଇଁ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ପୂର୍ବରୁ ଗତ ଜୁନ୍‌ରେ ନୀତୀଶ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଏଭଳି ଦାବି କରିଥିଲେ। ମମତା ମଧ୍ୟ ଗତକାଲି […]

Samaya Live Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା Comprar cialis generico barato en españa ବାନାର୍ଜୀଙ୍କ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସମାନ ଦାବି କରିଛନ୍ତି। ନୀତୀଶ କହିଛନ୍ତି, ଯେକୌଣସି ସମୟରେ ୨୦୨୪ ଲୋକସଭା‌ ନିର୍ବାଚନ ହୋଇପାରେ। ତେବେ ଏହା ପ୍ରଥମ ଥର ନୁହେଁ ନୀତୀଶ ଦ୍ବିତୀୟ ଥର ପାଇଁ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ପୂର୍ବରୁ ଗତ ଜୁନ୍‌ରେ ନୀତୀଶ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଏଭଳି ଦାବି କରିଥିଲେ। ମମତା ମଧ୍ୟ ଗତକାଲି ଏକ ରୢାଲିରେ କହିଥିଲେ ଯେ ବିଜେପି ଚଳିତବର୍ଷ ଡିସେମ୍ବରରେ ହିଁ ଲୋକସଭା ନିର୍ବାଚନ କରିଦେବ। ନିର୍ବାଚନ ପ୍ରଚାର ପାଇଁ ବିଜେପି ସମସ୍ତ ହେଲିକପ୍ଟର ବୁକ୍‌ କରିସାରିଛି। ତେଣୁ ଅନ୍ୟ କୌଣସି ଦଳ ହେଲିକପ୍ଟର ପାଇପାରିବେନି। ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରି ନୀତୀଶ କହିଛନ୍ତି, ଶାସକ ମେଣ୍ଟର କିଛି ଦଳ ବିରୋଧୀ ଇଣ୍ଡିଆ ମେଣ୍ଟରେ ଯୋଗ ଦେବେ। ନୀତୀଶ କହିଛନ୍ତି, ଏବେ କିଛି କହିବା ଠିକ୍‌ ହେବନାହିଁ। ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କଂଗ୍ରେସ ମଧ୍ୟ ରବିବାର ଦାବି କରିଥିଲା ଯେ ବିରୋଧୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ବୈଠକରେ ଯୋଗ ଦେଇଥିବା ୩୮ ଦଳ ମଧ୍ୟରୁ ୪-୫ ଟି ଦଳ ଇଣ୍ଡିଆ ମେଣ୍ଟ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ଇଣ୍ଡିଆ ମେଣ୍ଟରେ ଯୋଗ ଦେଇପାରନ୍ତି।

Tags: