ଯେକୌଣସି ଉପାୟରେ ଟିଏମସି ଶାହଜାହାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବ : ବିଜେପି

ନୂଆଦିଲ୍ଲୀ : ବିଜେପି ସାଂସଦ ଦିଲୀପ ଘୋଷ ବୁଧବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜମି ହଡ଼ପ ଏବଂ ଯୌନ ନିର୍ଯାତନା ମାମଲାରେ ଶେଖ ଶାହଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାପାଇଁ ରାଜ୍ୟ ପୁଲିସ ପଛଘୁଞ୍ଚା ଦେଉଥିବାରୁ ଉକ୍ତ ପ୍ରସଙ୍ଗରେ ଦିଲୀପ ଘୋଷ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଶାସକ ଦଳ ଟିଏମସି ଯେକୌଣସି ଉପାୟରେ ଶେଖ୍ ଶାହଜାହାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଘୋଷ କହିଛନ୍ତି, କେବଳ ଗଣମାଧ୍ୟମ ଏବଂ ବିରୋଧୀଙ୍କ ଚାପରେ […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପି ସାଂସଦ ଦିଲୀପ ଘୋଷ ବୁଧବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜମି ହଡ଼ପ ଏବଂ ଯୌନ ନିର୍ଯାତନା ମାମଲାରେ ଶେଖ ଶାହଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାପାଇଁ ରାଜ୍ୟ ପୁଲିସ ପଛଘୁଞ୍ଚା ଦେଉଥିବାରୁ ଉକ୍ତ ପ୍ରସଙ୍ଗରେ ଦିଲୀପ ଘୋଷ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଶାସକ ଦଳ ଟିଏମସି ଯେକୌଣସି ଉପାୟରେ ଶେଖ୍ ଶାହଜାହାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଘୋଷ କହିଛନ୍ତି, କେବଳ ଗଣମାଧ୍ୟମ ଏବଂ ବିରୋଧୀଙ୍କ ଚାପରେ ରାଜ୍ୟ ସରକାର ଶେଖ୍ ଶାହଜାହାନଙ୍କୁ ଗିରଫ କରିବାପାଇଁ ବାଧ୍ୟ ହେଲେ। ଟିଏମସି ଦଳ ତାଙ୍କୁ ୨ ମାସ ହେବ ବଞ୍ଚାଇବାପାଇଁ ଚେଷ୍ଟା କରି ଆସୁଥିଲା। କିନ୍ତୁ ଗଣମାଧ୍ୟମ ଚାପରେ ସେମାନେ ଶାହଜାହାନଙ୍କୁ ଗିରଫ କଲେ। ଉଲ୍ଲେଖଯୋଗ୍ୟ ଯେ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା କାଲକାଟା ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ଉକ୍ତ ମାମଲାରେ ଜରୁରୀ ଶୁଣାଣି ପାଇଁ ପଶ୍ଚିମବଙ୍ଗ ସରକାର ଅନୁରୋଧ କରିଛନ୍ତି ।

Tags: